By: Namita Biswal
Last updated: 25 March 2025, 10:30 AM IST
କର୍ମଚାରୀଙ୍କ ପାଇଁ ନାହିଁ । କିନ୍ତୁ ସାଂସଦଙ୍କ ଏକାଥରେ ବଢ଼ିଲା ୨୪ ହଜାର ଟଙ୍କା । କର୍ମଚାରୀଙ୍କୁ ଦେଲେନି, ହେଲେ ନିଜେ ନେଇଗଲେ ୨୪% ଅଧିକ ଦରମା । ପ୍ରତିବର୍ଷ ରାଜରାସ୍ତାରେ ବସୁଛନ୍ତି ପାଚିକା, ଅଙ୍ଗନବାଡ଼ ଦିଦି ଏବଂ ଅଧ୍ୟାପକ ଓ ଶିକ୍ଷକ ଶିକ୍ଷୟିତ୍ରୀ । ନିଜ ସ୍ବଳ୍ପ ଦରମା ଓ ହକ୍ ପାଇଁ ସରକାରଙ୍କ ନିକଟରେ ବାରମ୍ବାର ଦାବି ରଖି ଆସୁଛନ୍ତି ଏବଂ ଲଢ଼େଇ ବି କରୁଛନ୍ତି । ହେଲେ ସେମାନଙ୍କୁ ବାରମ୍ବାର ପ୍ରତିଶ୍ରୁତି ଓ ଲଲିପପ୍ ଧରାଇଦେଇ ଗାଦିରେ ବସୁଛନ୍ତି ସରକାର । ଏମିତିକି ପ୍ରାଥମିକ ଶିକ୍ଷକମାନଙ୍କୁ ଏଯାଏଁ ସଠିକ୍ ଭାବେ ଦରମା ମିଳିନଥିବା ଅଭିଯୋଗ ଆସୁଛି । ଆନ୍ଦୋଳନ କଥା କହିଲେ ପ୍ରାଥମିକ ଶିକ୍ଷକମାନଙ୍କୁ ଅନୁମତି ମଧ୍ୟ ମିଳୁନାହିଁ ।