ମୋହନ ସରକାରରେ ଅଣଦେଖା ହେବନି ଲୋକ ପ୍ରତିନିଧିଙ୍କ ଚିଠି ଓ ସୁପାରିଶ । ବିଧାୟକ ଓ ସାଂସଦଙ୍କ ଅଭିଯୋଗର ସମାଧାନ ଲାଗି ତୁରନ୍ତ କାର୍ଯ୍ୟନୁଷ୍ଠାନ ପାଇଁ ସବୁ ବିଭାଗରେ ଖୋଲିବ ସ୍ପେଶାଲ୍ ସେଲ୍ । ନବୀନ ସରକାର ସମୟରେ ଅଲୋଡ଼ା ହୋଇପଡ଼ିଥିବା ବୁକ୍ ସର୍କୁଲାର-୪୭କୁ କଡ଼ାକଡ଼ି ପାଳନ କରିବାକୁ ସବୁ ବିଭାଗକୁ ଆସିଛି ନିର୍ଦ୍ଦେଶ । ତେବେ କ’ଣ ଏହି ବୁକ୍ ସର୍କୁଲାର, ବିଧାୟକ ଓ ସାଂସଦଙ୍କୁ ଏ ନିର୍ଦ୍ଦେଶାବଳୀ କେତେ ସଶକ୍ତ କରିବ ।