Advertisment

Video: ମିଶନ ଶକ୍ତି ସଦସ୍ୟାଙ୍କ ଧାରଣା, ତେଜିଲା ପଲିଟିକ୍ସ

୯ ମାସର ବକେୟା ଦରମାକୁ ନେଇ ଗାନ୍ଧି ମାର୍ଗରେ ଗର୍ଜୁଛନ୍ତି ମିଶନ ଶକ୍ତି ମହିଳା । ରାଜ୍ୟ ସରକାରଙ୍କୁ ଘେରିବା ସହ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ୬ଟି ସଙ୍ଘକୁ ନେଇ ଗଠନ ହୋଇଥିବା ଅଲ୍ ଓଡ଼ିଶା GPLF ବା ଗ୍ରାମ ପଂଚାୟତ ଲେଭେଲ୍ ଫେଡେରସନ୍ ।

ଅଦ୍ୟତନ ହୋଇଛି
Advertisment

ମିଶନ ଶକ୍ତି ମହିଳାଙ୍କ ବକେୟା ଦରମା ପ୍ରସଙ୍ଗରେ ଲଗାତାର ଦ୍ୱିତୀୟ ଦିନ ପାଇଁ ବିଧାନସଭାରେ ହଙ୍ଗାମା । ଗୋଟିଏ ପଟେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିଜେପି ସରକାର ମିଶନ ଶକ୍ତି ମହିଳାଙ୍କ ଦରମା ବନ୍ଦ ପାଇଁ ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ କରିଥିବା ବେଳେ ଅନ୍ୟପଟେ ଧାରଣା ସ୍ଥଳକୁ ଆସି ବିଜେଡି ନେତା ନିଆଁରେ ଘିଅ ପକାଇବା ପରେ ସରଗରମ ହୋଇଛି ରାଜନୀତି । ଜବାବରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ମହିଳାମାନେ କାହା କଥାରେ ପଡ଼ି ରାସ୍ତାରେ ଗଡ଼ିବା ଆବଶ୍ୟକତା ନାହିଁ । ଏସବୁ ଭିତରେ ଗତ ମାର୍ଚ୍ଚରେ ତତ୍କାଳୀନ ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ଲେଖିଥିବା ଚିଠିକୁ ନେଇ ଉଠିଛି ନାନା ପ୍ରଶ୍ନ ।

Advertisment
Bhubaneswar BJD BJP Mission Shakti
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ