Advertisment

ଝିଅକୁ କାମୁଡ଼ିଦେଇଥିଲା ସାପ, ସ୍ବପ୍ନ ଭାବିଲେ ପରିବାର ଲୋକ

ଝିଅକୁ କାମୁଡ଼ିଦେଇଥିଲା ସାପ, ହେଲେ ସ୍ବପ୍ନ ଦେଖିଥିବା କହି ଏଡ଼ାଇଗଲେ ପରିବାର ଲୋକେ। ଶେଷରେ ପରିବାରର ଅବହେଳାରୁ ଚାଲିଗଲା ନାବାଳିକାର ଜୀବନ। ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ସିନ୍ଧୁଆ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

Advertisment

ଝିଅକୁ କାମୁଡ଼ିଦେଇଥିଲା ସାପ, ହେଲେ ସ୍ବପ୍ନ ଦେଖିଥିବା କହି ଏଡ଼ାଇଗଲେ ପରିବାର ଲୋକ। ଶେଷରେ ପରିବାରର ଅବହେଳାରୁ ଚାଲିଗଲା ନାବାଳିକାର ଜୀବନ। ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ସିନ୍ଧୁଆ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତ ନାବାଳିକା ହେଲେ ରାଧା ସିଂ । ଗତକାଲି ରାତିରେ ଶୋଇଥିବାବେଳେ ରାଧାକୁ ଏକ ସାପ କାମୁଡ଼ି ଦେଇଥିଲା । ପରିବାର ଲୋକ ସାପଟିକୁ ଖୋଜିଥିଲେ ମଧ୍ୟ ପାଇନଥିଲେ। ଏଣୁ ଝିଅ ନିଦରେ ସାପ ସ୍ବପ୍ନ ଦେଖିଥିବା ଭାବି ଗୁରୁତ୍ବ ଦେଇନଥିଲେ । ହେଲେ ସକାଳେ ଝିଅ ଗୁରୁତର ହୋଇପଡ଼ିବାରୁ ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ହୋଇଥିଲା । ପରିବାର ଲୋକଙ୍କ ସାମାନ୍ୟ ଅବହେଳା ପାଇଁ ସବୁଦିନ ପାଇଁ ଆଖି ବୁଜିଦେଲା ଝିଅ। 

Advertisment
Baleswar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ