Advertisment

ଓଡ଼ିଶାରେ ପୁଳାପୁଳା ସୁନାଖଣି

କେନ୍ଦୁଝରର ସଲେଇକେନା, ମାଙ୍କଡ଼ ଚୁଆ, ଡ଼ିମିରିମୁଣ୍ଡାରେ OMC ଦ୍ୱାରା ଜି-4 ସ୍ତରର ସର୍ଭେ କାରାଯାଇଛି । ସେହିପରି ବାଂଶପାଳ ବ୍ଲକର ଜଳଡିହା ଗାଁ ନିକଟ ସୁନାଖଣି ଜଙ୍ଗଲରେ ମିଳିଛି ସୁନାର ସନ୍ଧାନ ।

Advertisment

ଓଡ଼ିଶାରେ ପୁଳାପୁଳା ସୁନାଖଣି ! ରାଜ୍ୟର ବିଭିନ୍ନ ସ୍ଥାନରେ ମିଳିଲାଣି ସନ୍ଧାନ । ସରିଲାଣି ସର୍ଭେ । ତେବେ ଏବେ ଖାଲି ଅପେକ୍ଷା ବୈଷୟିକ କମିଟିର ସୁପାରିସକୁ । ଓଡ଼ିଶାର ଦେବଗଡ଼ ଓ କେନ୍ଦୁଝର ଜିଲ୍ଲାରେ ସୁନା ଖଣି ଠାବ ହୋଇଛି । ଦେବଗଡ଼ ଜିଲ୍ଲାର ଆଡ଼ାସ-ରମାପଲ୍ଲୀ ଏବଂ କେନ୍ଦୁଝର ଜିଲ୍ଲାର ଗୋପୁର-ଗଜିପୁର ଅଞ୍ଚଳରେ ସୁନା ଖଣିର ସନ୍ଧାନ ମିଳିଛି । ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଖଣି ମନ୍ତ୍ରୀ ସମ୍ପଦ ସ୍ୱାଇଁ । ମନ୍ତ୍ରୀ କହିଛନ୍ତି, ଅନୁସନ୍ଧାନକାରୀ ସଂସ୍ଥାମାନେ ସୁନାଖଣି ସମ୍ପର୍କରେ ଚୂଡାନ୍ତ ରିପୋର୍ଟ ପ୍ରଦାନ କରିବେ । ପରେ କମିଟିର ସୁପାରିସ କ୍ରମେ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ସେପଟେ ଗୃହରେ ମନ୍ତ୍ରୀଙ୍କ ଏହି ବିବୃତିକୁ ନେଇ ସ୍ଥାନୀୟ ବାସିନ୍ଦା ଖୁସି ଜାହିର କରିଛନ୍ତି ।

Advertisment
Odisha News Gold Mines Survey
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ