Advertisment

Mega Drinking Water Project: ସମୟ ସରିବାକୁ ବସିଲାଣି, ସରୁ ନାହିଁ ୪୮୦ କୋଟି ଟଙ୍କାର ପ୍ରକଳ୍ପ

ବିଶୁଦ୍ଧ ପାନୀୟ ଜଳ ଟୋପାଏ ପାଇବା ପାଇଁ ଦୀର୍ଘ ବର୍ଷ ହେଲା ଆଶା ବାନ୍ଧି ବସିଛନ୍ତି ୪ଟି ବ୍ଲକର ଲୋକେ। ହେଲେ ପ୍ରକଳ୍ପ ଦାୟିତ୍ୱରେ ଥିବା ଠିକା ସଂସ୍ଥାର ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ ଯୋଗୁଁ ଆଶା ନିରାଶାରେ ପରିଣତ ହେବାକୁ ବସିଲାଣି।

Mega Drinking Water Project

ସମୟ ସରିବାକୁ ବସିଲାଣି, ସରୁ ନାହିଁ ୪୮୦ କୋଟି ଟଙ୍କା ପ୍ରକଳ୍ପ Photograph: (OTV)

Advertisment

ବିଶୁଦ୍ଧ ପାନୀୟ ଜଳ ଟୋପାଏ ପାଇବା ପାଇଁ ଦୀର୍ଘ ବର୍ଷ ହେଲା ଆଶା ବାନ୍ଧି ବସିଛନ୍ତି ୪ଟି ବ୍ଲକର ଲୋକେ। ହେଲେ ପ୍ରକଳ୍ପ ଦାୟିତ୍ୱରେ ଥିବା ଠିକା ସଂସ୍ଥାର ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ ଯୋଗୁଁ ଆଶା ନିରାଶାରେ ପରିଣତ ହେବାକୁ ବସିଲାଣି। ଆଗକୁ ଖରା ଦିନ ଆସୁଥିବାରୁ ଏହା ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। 

Advertisment


ଠିକା ସଂସ୍ଥାର ମନମୁଖୀ କାମ ପାଇଁ ମେଗା ପାନୀୟ ଜଳ ପ୍ରକଳ୍ପ କାମ କେବେ ସରିବ ତାହା ସ୍ପଷ୍ଟ ହୋଇପାରୁ ନାହିଁ। ଜଗତସିଂହପୁର ଜିଲ୍ଲାର ମଣିଜଙ୍ଗା ଠାରେ ଏହି ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅନୁଦାନରେ ୪୮୦ କୋଟି ଟଙ୍କା ମଞ୍ଜୁର ହେବା ସହ ଏହାର ନିର୍ମାଣ ଦାୟିତ୍ୱ ଏକ ଘରୋଇ ଠିକା ସଂସ୍ଥାକୁ ଟେଣ୍ଡର ମାଧ୍ୟମରେ ପ୍ରଦାନ କରାଯାଇଥିଲା।


ଏହି ପ୍ରକଳ୍ପ ମାଧ୍ୟମରେ ମହାନଦୀରୁ ପାଣି ଉଠାଯାଇ ତାକୁ ବିଶୋଧନ କରାଯିବା ପରେ ଏରସମା, କୁଜଙ୍ଗ, ତିର୍ତ୍ତୋଲ ଓ ରଘୁନାଥପୁର ବ୍ଲକର ମୋଟ ୫୪୪ ଟି ଗାଁକୁ ପାନୀୟ ଜଳ ଯୋଗାଇ ଦିଆଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହି କାମକୁ ୫ ବର୍ଷ ମଧ୍ୟରେ ଶେଷ କରି ଏହିସବୁ ଗାଁରେ ପାଣି ପହଞ୍ଚେଇବା ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଥିଲା। 

Advertisment


ହେଲେ ଅବଧି ପୂରିବାକୁ ବସିଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ୪୦ ପ୍ରତିଶତ ମଧ୍ୟ ସରିବା ସମ୍ଭବ ହୋଇପାରି ନାହିଁ। ଏହାକୁ ନେଇ ପାରାଦୀପ ବିଧାୟକ ତଥା ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଉଦ୍‌ବେଗ ପ୍ରକାଶ କରିବା ସହିତ ଏକ ସମୀକ୍ଷା ବୈଠକ କରି ଆସନ୍ତା ଏପ୍ରିଲ ମାସ ସୁଦ୍ଧା କାମ ଶେଷ କରି ପ୍ରସ୍ତାବିତ ସମସ୍ତ ଗାଁରେ ପାଣି ପହଞ୍ଚେଇବା ପାଇଁ ନିର୍ଦ୍ଦଶ ଦେଇଛନ୍ତି। 


ଅନ୍ୟପଟେ କେତେକ ବୈଷୟିକ କାରଣ ଯୋଗୁଁ ନିର୍ମାଣ କାର୍ଯ୍ୟ ବିଳମ୍ବ ହୋଇଛି ବୋଲି ଆର୍‌ଡବ୍ଲୁଏସ୍‌ଏସ୍‌ ଅଧିକାରୀ ଓ ସମ୍ପୃକ୍ତ ଠିକସଂସ୍ଥାର କର୍ମକର୍ତ୍ତା ସ୍ୱୀକାର କରିବା ସହ ଶ୍ରମିକ ସଂଖ୍ୟା ବୃଦ୍ଧି କରାଯାଇ ଆଗକୁ ନିର୍ମାଣ କାର୍ଯ୍ୟକୁ ତ୍ୱରିତ କରାଯିବ ବୋଲି ଉଭୟ ଅଧିକାରୀ କହିଛନ୍ତି। 

Advertisment


ତେବେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବା ସହ ଖରାଦିନ ପୂର୍ବରୁ କିପରି ସବୁ ଗାଁକୁ ପାଣି ପହଞ୍ଚିପାରିବ ସେଥିପ୍ରତି ଆବଶ୍ୟକୀୟ ପଦକ୍ଷପ ଗ୍ରହଣ କରିବା ଜରୁରୀ ବୋଲି ଅଞ୍ଚଳାସୀ ଦାବି କରିଛନ୍ତି। 

Mega Drinking Water Project Drinking Water Problem Drinking Water Project Jagatsinghpur
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ