Last updated: 10 September 2024, 10:51 PM IST
ଭେଣ୍ଡିଆ ପାଉଛନ୍ତି ବାର୍ଦ୍ଧକ୍ୟ ଭତ୍ତା, ବୃଢ଼ାବୁଢ଼ି ହେଉଛନ୍ତି ହିନସ୍ତା। କଳ, ବଳ ଆଉ କୌଶଳ ଲଗାଇ ଜାଲିଆତିର ସାଂଘାତିକ ଜାଲ ବିଛାଇ ଅଯୋଗ୍ୟ ଖାଇଚାଲିଛନ୍ତି ସରକାରୀ ଭତ୍ତା। ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଆଳି ବ୍ଲକ ଅର୍ଗଳ ପଞ୍ଚାୟତରୁ । ଏହାକୁ ଆପଣ ମହାଦୁର୍ନୀତି କହିପାରନ୍ତି କିମ୍ବା ନେତା-ସରକାରୀ ବାବୁଙ୍କ ମଧୁଚନ୍ଦ୍ରିକା ଭାବିପାରନ୍ତି । କେମିତି ଓ କାହା ନାଁରେ ହୋଇଛି ବାର୍ଦ୍ଧକ୍ୟ ଭତ୍ତା ଜାଲିଆତି? କେଳେଙ୍କାରୀ ପଛର କାହାଣୀ ଭିତରକୁ ଯିବା ପୂର୍ବରୁ ଅର୍ଗଳ ପଞ୍ଚାୟତର ଏହି ବୟସ୍କଙ୍କ ସଂପର୍କରେ ଆଗେ ଜାଣିନିଅନ୍ତୁ । ଯାହାଙ୍କ ନାଁ ଶରତ ଧଳ। ବୟସ ପ୍ରାୟ ୬୩ ବର୍ଷ। ପତ୍ନୀଙ୍କ ବୟସ ୬୧ ବର୍ଷ।