Advertisment

ଘରକୁ ଫେରିଲା କୁଏତରେ ମୃତ ୨ ଓଡ଼ିଆଙ୍କ ଶବ

ପରିବାର ପାଇଁ ଭିଟାମାଟି ଛାଡ଼ିଥିଲେ, ବିଦେଶୀ ଯାଇ କାମ କରୁଥିଲେ । ଆଶା ଥିଲା ଭଲ ଦି ପଇସା ରୋଜଗାର ହେଲେ ପରିବାର ସ୍ବଚ୍ଛନ୍ଦରେ ଚଳିବ । ହେଲେ ବିଧିର ବିଧାନ କିଛି ଅଲଗା ହିଁ ଥିଲା ।

Advertisment

ଦିପଇସା ରୋଜଗାର ପାଇଁ ପୁଅ ଯାଇଥିଲା ବିଦେଶ । ବିଧିର ବିଧାନ କିନ୍ତୁ ଥିଲା କିଛି ଭିନ୍ନ । ପୁଅ ଶବ ହୋଇ ଫେରିଲା, ତାହା ପୁଣି ଦରପୋଡ଼ା । ଏବେ କେବଳ ବିଧି ପାଇଁ ଶେଷ ହୋଇଛି ଅନ୍ତିମ ସଂସ୍କାର । ଆଉ ଏ ହେଉଛି ସେହି କେଇ ମିନିଟର ସମୟ, ଯେତେବେଳେ ଆତ୍ମୀୟଙ୍କ ପାଦ ତଳୁ ମାଟି ଖସି ଯାଉଛି, ମୁଣ୍ଡ ଉପରେ ଆକାଶ ଛିଣ୍ଡି ପଡ଼ୁଛି । କାନ୍ଦ ବୋବାଳିରେ ଆତ୍ମୀୟଙ୍କ ଛାତି ଫାଟି ଯାଉଛି । ଧର୍ଯ୍ୟ କିଏ ଦେବ ଆଉ କାହାକୁ ବା ଦେବ ? ଏଠି ସମସ୍ତେ ତ କାଠ ପାଲଟି ଯାଇଛନ୍ତି । ସେହି ଦୁଇ ଓଡ଼ିଆ ଗଞ୍ଜାମ ପୁରୁଷୋତ୍ତମପୁରର ରଣଝାଲି ଗ୍ରାମର ସନ୍ତୋଷ ଗୌଡ଼ ଏବଂ ତିଗିରିଆ କରଡାପଲ୍ଲୀ ଗ୍ରାମର ମହମ୍ମଦ ଜହୁରଙ୍କ ଆତ୍ମୀୟ । ମର ଶରୀର ଭୁବନେଶ୍ୱରରୁ ଆସି ଗାଁରେ ପହ଼ଞ୍ଚିବା ପରେ ସ୍ଥିତି ଥିଲା କିଛି ଏମିତି ।

Advertisment
Kuwait Fire Tragedy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ