T.E.Ravenshaw. ବା ଟମାସ୍ ଏଡଵାର୍ଡ ରେଭେନ୍ସା । ଯାହାଙ୍କ ପାଇଁ କଟକ ମାଟିରେ ଠିଆ ହୋଇଛି ଓଡ଼ିଶାର ପ୍ରସିଦ୍ଧ ରେଭେନ୍ସା ବିଶ୍ବ ବିଦ୍ୟାଳୟ । ଆଗାମୀ ଦିନରେ ଏହାର ନାମ ପରିବର୍ତ୍ତନ କରାଯିବ କି ନାହିଁ ତାକୁ ନେଇ ଏବେଠାରୁ ତର୍ଜମା ଆରମ୍ଭ ହୋଇଛି । କାରଣ ସ୍ବାୟତ୍ବ ଶାସନ ଦିବସ ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଗରୀମାମୟ ବିଶ୍ବ ବିଦ୍ୟାଳୟର ନାମ ପରିବିର୍ତ୍ତନ ହେବା ଉଚିତ୍ କି ନୁହେଁ ବୋଲି ଓଡ଼ିଶାବାସୀଙ୍କ ଆଗରେ ପ୍ରଶ୍ନଟିଏ ଠିଆ କରିଛନ୍ତି ।