Advertisment

୧୮ ବର୍ଷ ହେଲା ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପଡ଼ିଛି ବାଡ଼

ବର୍ଷେ କି ଦୁଇ ବର୍ଷ ନୁହେଁ, ଦୀର୍ଘ ୧୮ ବର୍ଷ ହେଲାଣି ଭକ୍ତ-ଭଗବାନଙ୍କ ମଧ୍ୟରେ ହୋଇପାରୁନି ମିଳନ ।

Advertisment

୧୮ ବର୍ଷ ହେଲାଣି ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପଡ଼ିଛି ବାଡ଼ । ମନ୍ଦିରକୁ ପ୍ରବେଶ ବାରଣ । ୫୦ ଫୁଟ୍ ଦୂରରୁ ଲୁହା ଗ୍ରୀଲ୍ ଫାଙ୍କରୁ ଶ୍ରଦ୍ଧାଳୁ କରୁଛନ୍ତି ଦିଅଁ ଦର୍ଶନ । କେବେ ଠାକୁରଙ୍କ ପାଖକୁ ଯାଇ ମିଳିବ ସାନିଧ୍ୟ, କାହା ପାଖେ ନାହିଁ ଉତ୍ତର । ଆମେ କହୁଛୁ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ କେରଡ଼ାଗଡ଼ ଜଗନ୍ନାଥ ମନ୍ଦିରର କଥା । ଯେଉଁଠି ଗତ ୨୦୦୬ ମସିହାରୁ ଭକ୍ତଙ୍କ ପାଇଁ ପଡ଼ିଛି ବାଡ଼ । ବାହାରୁ ଥାଇ ମୁଣ୍ଡିଆଟିଏ ମାରି ଭଗ୍ନ ମନରେ ଫେରୁଛି ଭକ୍ତ । ଦିନ ଥିଲା ଏଠି ଗହଳିରେ ଫାଟି ପଡୁଥିଲା, ଏବେ ପରିବେଶ ଖାଁ ଖାଁ । ଭୋଗ ବୋଲି ଠାକୁରଙ୍କୁ କିଛି ଦେଇ ହେବନି । କେବଳ ଅଛଡ଼ା ନଡିଆ ହିଁ ଏଇ ଫାଟକ ପାଖରୁ ପୂଜକଙ୍କ ହାତରେ ଦିଅଁଙ୍କ ପାଇଁ ପଠାଇ ହେବ ।

Advertisment
Lord Jagannath
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ