Vegetable Price Hike
Advertisment
ଖାଲି ଆଳୁ କି ପିଆଜ ନୁହେଁ, ଆକାଶଛୁଆଁ ପ୍ରାୟ ସବୁ ପନିପରିବାର ଦର । କିଣିବା ଦୂରେ ଥାଉ ହାତ ମାରିବାକୁ ଡର । ସ୍ଥିତି ଏମିତି ଯେ ପରିବାର ବଜାରକୁ ଗଲେ ୫୦୦ ଟଙ୍କାରେ ବ୍ୟାଗ ଅଧା ବି ପୁରୁନି । ଶହେ ଉପରେ ଟମାଟୋ, ବିନ୍ସ, ଫୁଲକୋବି, ଶିମଲା ଲଙ୍କା । ରାଜ୍ୟର ବିଭିନ୍ନ ସହରରେ ଟମାଟୋ କିଲୋ ୮୦ରୁ ୧୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ବିନ୍ସ ୧୪୦ରୁ ୧୫୦, ଫୁଲକୋବି ଟିକେ ବଡ଼ ସାଇଜ୍ ହେଲେ ଶହେ, କ୍ୟାପସିକମ ଓ କଞ୍ଚାଲଙ୍କା ୧୨୦ ଟଙ୍କାରେ ବିକ୍ରି ହେଉଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us