ବଢ଼ିଲା ଅଚ୍ୟୁତଙ୍କ ଅଡ଼ୁଆ । ନିଜ ମୁହଁରେ ନିଜେ ଖୋଲିବେ କେଳେଙ୍କାରୀ ଗୁମର । ଉଚ୍ଚ ଶିକ୍ଷା ବିଭାଗ ଜାରି କଲା ଅର୍ଡର । ସଂଧ୍ୟା ସାଢ଼େ ୬ଟାରେ ହାଜର ପାଇଁ ନିର୍ଦ୍ଦେଶ । ଉଚ୍ଚସ୍ତରୀୟ କମିଟି ହାତରେ ଲାଗିଥାଇପାରେ ବଡ଼ ପ୍ରମାଣ । ସେଇଥିପାଇଁ କମିଟି ଅଚ୍ୟୁତଙ୍କୁ ହାଜର ପାଇଁ ନିର୍ଦ୍ଦେଶ ନେଇଥିବା କୁହାଯାଉଛି । କାରଣ, ଅଚ୍ୟୁତଙ୍କ କିଟକୁ ତଦନ୍ତ ପାଇଁ କମିଟି ଯିବା ପରେ ମଧ୍ୟ ତାଙ୍କୁ ପ୍ରଶ୍ନ କରିନାହିଁ । ଆଉ ଏବେ ତାଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଛି । ପିଲାମାନଙ୍କ ଆନ୍ଦୋଳନ ବନ୍ଦ କରିବାକୁ ଅଚ୍ୟୁତଙ୍କ ନାଲି ଆଖି ଯେମିତି ତାଙ୍କ ପାଇଁ ଭାରି ପଡ଼ିଛି । ଫଳରେ ଏବେ ଘଟଣା ନୂଆ ମୋଡ଼ ନେବା ସହ ସରକାର ଏଥିରେ ହସ୍ତକ୍ଷେପ କରିଛନ୍ତି ।