Last updated: 22 February 2025, 12:59 PM IST
ସରିଲା ଅଢ଼େଇ ଘଣ୍ଟାର ଜେରା । ଖୋଲିଲା ରୁଦ୍ଧ ଦ୍ୱାର, ବାହାରକୁ ଆସିଲେ ଅଚ୍ୟୁତ । ଉଚ୍ଚସ୍ତରୀୟ କମିଟି ଅଧିକାରୀ କିଟ୍କୁ ନେଇ ଅନେକ ପ୍ରଶ୍ନ ରଖିଲେ । ଆଉ ଗୋଟି ଗୋଟି କରି ଉତ୍ତର ଦେଲେ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ । ଅଚ୍ୟୁତଙ୍କ ସହ ଆହୁରି ଦୁଇ ଜଣଙ୍କୁ ମିଳିତ ଭାବେ ଜେରା କରାଯାଇଛି ଉଚ୍ଚସ୍ତରୀୟ କମିଟି । ସେଦିନ ଘଟଣା ଘଟିଥିଲା କେତେବେଳେ ? ଛାତ୍ରୀଙ୍କୁ ମାନସିକ ନିର୍ଯାତନା ଘଟଣାରେ କାହିଁକି ଚୁପ୍ ଥିଲେ କିଟ୍ କର୍ତ୍ତୃପକ୍ଷ ? ଅଚ୍ୟୁତ ନିଜେ ପିଲାଙ୍କ ସହ କଥା ହଇବି କାହିଁକି ବାହାରି ପାରିଲେନି ନିଷ୍କର୍ସ ? ଘଟଣାଦିନ ଅଚ୍ୟୁତ ସାମନ୍ତ କେଉଁଠି ଥିଲେ ? କ’ଣ ପାଇଁ ବିଶ୍ୱବିଦ୍ୟାଳୟରେ ସାଇନ୍ ଡାଏ ହୋଇଥିଲା ? ଛାତ୍ରଛାତ୍ରୀଙ୍କୁ କାହିଁକି କଟକ ଭୁବନେଶ୍ୱର ରେଳ ଷ୍ଟେସନରେ ଛଡ଼ାଗଲା ? ଛାତ୍ରଛାତ୍ରୀଙ୍କୁ କାହିଁକି ମାଡ଼ ମରାଗଲା ? ଏବଂ ବାରମ୍ବାର ଅଭିଯୋଗ ପରେ ମଧ୍ୟ ମୃତ ଛାତ୍ରୀଙ୍କ ଅଭିଯୋଗକୁ ଗ୍ରହଣ କରାଯାଇନଥିଲା ? ଭଳି ଅନେକ ପ୍ରଶ୍ନ ପଚାରିଥାଇପାରେ ଉଚ୍ଚସ୍ତରୀୟ କମିଟି । ତେବେ ଅଢ଼େଇ ଘଣ୍ଟାଜେରା ପରେ ଅଚ୍ୟୁତ ବାହାରକୁ ଆସିଥିଲେ ମଧ୍ୟ ଗଣମାଧ୍ୟମ ଆଗରେ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି ।