Advertisment

Jatra Actress Sonali Panda: ‘ମୋତ ନାଣ୍ଡୁ ବାବୁ ଜବରଦସ୍ତି ରଖି ନାହାନ୍ତି’

ଯାତ୍ରାର କଳା ବାଦଲ ଭିତରେ ମରିଯାଛି ମା’ର ମମତା। ସବୁଦିନ ପାଇଁ ସୋନାଲି ଭୁଲି ଯାଇଛନ୍ତି ସ୍ଵାମୀ ସ୍ତ୍ରୀର ସମ୍ପର୍କ। କେବଳ ସେତିକି ନୁହେଁ ଜନ୍ମକଲା ପୁଅକୁ ବି ପଚାରୁନି ମା’।

ଅଦ୍ୟତନ ହୋଇଛି
Advertisment

ମା’ ତୁ ମତେ ଜନ୍ମ ଦେଇଛୁ ସତ... କିନ୍ତୁ ମୋ କର୍ମ ମୋ ଭାଗ୍ୟକୁ ନେଇ ବଞ୍ଚୁଛି... ଏହାର ବିଚାର ଧର୍ମ ହିଁ କରୁଛି...।

Advertisment

ଆପଣ ଦେଖୁଥିବା ଏ ଭିଡିଓ ଜଣେ ୧୦ ବର୍ଷ ପୁଅର। ବୟସ ସିନା ଅଳ୍ପ କିନ୍ତୁ ତା’ କଥା ଶୁଣିଲେ ଲାଗୁଛି ଦୁନିଆକୁ ବେଶ ଭଲଭାବେ ବୁଝୁଛି ସେ। ଆଉ ସେଥିପାଇଁ ତ ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଭିଡିଓ ବନାଇ ମା ପାଇଁ ଥିବା ଭଲ ପାଇବାକୁ ଦେଖାଉଛି। ଏ ହେଉଛି ତୁଳସୀ ଗଣନାଟ୍ୟର ଅଭିନେତ୍ରୀ ସୋନାଲି ଓ ଯାତ୍ରାର ପୂର୍ବତନ ମେସ ଇଞ୍ଚଚାର୍ଜ ଶ୍ରୀକ୍ଷେତ୍ରଙ୍କ ପୁଅ। ଯାତ୍ରାର କଳା ବାଦଲ ଭିତରେ ମରିଯାଛି ମା’ର ମମତା। ସବୁଦିନ ପାଇଁ ସୋନାଲି ଭୁଲି ଯାଇଛନ୍ତି ସ୍ଵାମୀ ସ୍ତ୍ରୀର ସମ୍ପର୍କ। କେବଳ ସେତିକି ନୁହେଁ ଜନ୍ମକଲା ପୁଅକୁ ବି ପଚାରୁନି ମା’। ୧୦ ବର୍ଷର ପୁଅକୁ ଛାଡି ସୋନାଲି ତୁଳସୀ ଗଣନାଟ୍ୟର ମାଲିକ ଅନନ୍ତ ନାରାୟଣ ଧଳଙ୍କ ପାଖକୁ ଚାଲିଯାଛନ୍ତି। ଏଭଳି କିଛି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଖୋଦ ଅଭିନେତ୍ରୀଙ୍କ ସ୍ବାମୀ ଶ୍ରୀକ୍ଷେତ୍ର ସାମନ୍ତସିଂହାର।

Odisha Jatra Artist Jollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ