Last updated: 16 March 2025, 11:09 AM IST
ଖଟୁଛନ୍ତି ଦାଦନ, ଦେବେ INCOME TAX । ଚରାଉଛନ୍ତି ମଇଁଷି, ଦାଖଲ କରିବେ ଆୟକର । ପାନ ଦୋକାନୀ ବି ଭରିବେ ଆୟକର ଫାଇଲ୍ । ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକର ୨୮୦ ଜଣ ହିତାଧିକାରିଙ୍କୁ ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ନୋଟିସ୍ କରାଯାଇଛି । ସେହି ପରି ଜିଲ୍ଲାର ପ୍ରତ୍ୟେକ ବ୍ଲକର ଲୋକମାନଙ୍କୁ ନୋଟିସ୍ ହୋଇଛି । ଆଉ ଏହାର ପକ୍ଷ ରଖିବା ପାଇଁ ୧୦ ରୁ ୧୨ ତାରିଖ ପର୍ଯ୍ୟନ୍ତ ହିତାଧିକାରୀଙ୍କୁ ସମୟ ଦିଆ ଯାଇଥିଲା । ନୋଟିସରେ ଦର୍ଶାଯାଇଛି ଯେ ଆପଣଙ୍କ ପରିବାରର ସଦସ୍ୟଙ୍କ ମାସିକ ଆୟ ଦଶ ହଜାର ଟଙ୍କାରୁ ଅଧିକ ଓ ଆୟକର ଫାଇଲ୍ କରୁଛନ୍ତି ତେଣୁ ସରକାରଙ୍କ ଖାଦ୍ୟ ଯୋଗାଣ ନିୟମ ଅନୁସାରେ ରାସନ୍ ପାଇବାକୁ ଆପଣ ଯୋଗ୍ୟ ନୁହଁନ୍ତି ।