Advertisment

Pollution Crisis: ଚାରିଆଡେ ବିଷାକ୍ତ ଧୂଆଁ, ଯାଉଛି ଲୋକଙ୍କ ଜୀବନ; ପ୍ରଶାସନ କାହିଁକି ଚୁପ୍…

ଭାରତରେ ବାଲେଶ୍ୱରକୁ ବଦନାମ କରୁଛି ନୀଳଗିରି! ଇଟାଭାଟି ପାଇଁ ଧୂଆଁରେ ଦିଶୁନି ପାହାଡ଼। ବିଭିନ୍ନ ପ୍ରକାର ରୋଗରେ ମରୁଛନ୍ତି ଲୋକେ। ହେଲେ ଗୋଟିଏ ବି ଭାଟିରେ ନାହିଁ ପଲ୍ୟୁସନ ସାର୍ଟିଫିକେଟ।

Illegal Brick Kilns in Nilagiri’s Eco-Sensitive Zone

ଚାରିଆଡେ ବିଷାକ୍ତ ଧୂଆଁ, ଯାଉଛି ଲୋକଙ୍କ ଜୀବନ Photograph: (OTV)

Advertisment

ସାରା ଭାରତରେ ବାଲେଶ୍ୱରର ପ୍ରଦୂଷଣ ମାତ୍ରା ଅଧିକ ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଲିଥିବାବେଳେ ନୀଳଗିରି ହିଁ ପ୍ରମୁଖ କାରଣ ବୋଲି କୁହାଯାଉଛି। ନୀଳଗିରିରେ ଇକୋ ସେନ୍‌ସେଟିଭ ଜୋନ୍‌ ଭିତରେ ଚାଲିଛି ଛତୁ ଫୁଟିଲା ପରି ମାଳ ମାଳ ଇଟାଭାଟି। ଗୋଟିଏ ବି ଭାଟିରେ ପଲ୍ୟୁସନ ସାର୍ଟିଫିକେଟ ନ ଥିବାବେଳେ ପ୍ରଶାସନ କେବଳ ନାଁକୁ ଚଢ଼ାଉକରୁଥୁବା କଥା ଅଭିଯୋଗ କରୁଛନ୍ତି ଜନସାଧାରଣ। 

Advertisment


ସୂଚନା ମୁତାବକ, ଇକୋ ସେନ୍‌ସେଟିଭ କରିଡର ଭିତରେ ମାଳ ମାଳ ଇଟା ଭାଟିରୁ ଦିନରାତି ବାହାରୁଛି କଳା ଧୂଆଁ। ପୂର୍ବରୁ ଦଶ କିଲୋମିଟର ଦୂର ଶେରଗଡ଼ ଠାରୁ ନୀଳଗିରି ପାହାଡ଼ ସ୍ପଷ୍ଟ ଦେଖାଯାଉଥିବା ବେଳେ ଏବେ ପାହାଡ଼ ପାଦଦେଶରେ ବି ଦିଶୁନି। ପ୍ରଦୂଷଣ ଏତେ ବଢିଯାଇଛି ଯେ ବିଷାକ୍ତ ଧୂଆଁରେ ଲୋକେ ଆକ୍ରାନ୍ତ ହୋଇ ବିଭିନ୍ନ ପ୍ରକାର ରୋଗରେ ପଡି ମୃତ୍ୟୁବରଣ ମଧ୍ୟ କରୁଛନ୍ତି। ଏହି ଅଞ୍ଚଳର ଜୟରାମ ମାଝୀ ଦଶଦିନ ପୂର୍ବରୁ ବିଷାକ୍ତ ଧୂଆଁ କାରଣରୁ ନିଜ ସ୍ତ୍ରୀଙ୍କୁ ହରାଇଛନ୍ତି। ଅଞ୍ଚଳରେ ବହୁ ଲୋକେ ରୋଗରେ ପଡି ମରଣ ମୁହଁରେ ପଡ଼ୁଥିବା କଥ ସେ କହିଛନ୍ତି।


ତେବେ ପୂର୍ବରୁ ନୀଳଗିରିଆ କହିବାକୁ ଗର୍ବ କରୁଥିବା ନୀଳଗିରି ବାସୀ ଏବେ ଏହି କାରଣରୁ ଏହା କହିବାକୁ ନିଜକୁ ଲାଜ ଲାଗୁଥୁବା କଥା କହିଲେଣି। ବାଲେଶ୍ୱର ବିଷ ବଳୟ ଭିତରେ ଥିବାବେଳେ ନୀଳଗିରି ପ୍ରମୁଖ କାରଣ ବୋଲି ନିଜକୁ ନୀଳଗିରିଆ ଭାବରେ ଲାଜ ଲାଗୁଥୁବା କଥା କହିଛନ୍ତି। ଏହାସହ ପ୍ରଶାସନର ମଧୁଚନ୍ଦ୍ରିକାରେ ବେଆଇନ ଇଟାଭାଟି ଚାଲିଥିବା ସେମାନେ ଅଭିଯୋଗ ମଧ୍ୟ କରିଛନ୍ତି।

Advertisment
Brick Kilns Pollution Air Pollution Nilgiri Balasoe
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ