Advertisment

Sora Shocker: ସୋରରେ ଲଜ୍ଜା ! ଘର ପାଖରୁ ନାବାଳିକାଙ୍କୁ ଉଠାଇନେଇ ଗଣଦୁଷ୍କର୍ମ ଉଦ୍ୟମ

ସୋରରେ ବର୍ବରକାଣ୍ଡ ! ନାବାଳିକାଙ୍କୁ ବଣକୁ ଟେକିନେଇ ଗଣଦୁଷ୍କର୍ମ ଉଦ୍ୟମ । ଘର ପାଖରୁ ଉଠାଇନେଲେ ଦୁର୍ବୃତ୍ତ । ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳରୁ ଆସିଛି ଚାଞ୍ଚଲ୍ୟକର ଘଟଣା ।

Soro-Minor-Girl-Rape-Case

Rape-Case Photograph: (OTV)

Advertisment

ସୋରରେ ବର୍ବରକାଣ୍ଡ ! ନାବାଳିକାଙ୍କୁ ବଣକୁ ଟେକିନେଇ ଗଣଦୁଷ୍କର୍ମ ଉଦ୍ୟମ । ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳରୁ ଆସିଛି ଏମିତି ଚାଞ୍ଚଲ୍ୟକର ଘଟଣା । ପୁଣି ଜଣେ ନାବାଳିକାକୁ ଯୌନ ନିର୍ଯାତନା । ଘରକୁ ଯିବା ବାଟରେ ଟେକିନେଲେ ଦୁଇ ଦୁର୍ବୃତ୍ତ । ବଣକୁ ନେଇ ଗଣଦୁଷ୍କର୍ମ କରିବାକୁ ଚେଷ୍ଟା କରିବା ସହ ବିରୋଧ କରିବାରୁ ସମ୍ବେଦନଶୀଳ ଅଙ୍ଗକୁ ମାଡ଼ ମାରିଲେ । ଦୁଇ ଜଣଙ୍କୁ କାମୁଡି କୌଣସିମତେ ନିଜ ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ପୀଡିତା ।

Advertisment

ଘର ପାଖରୁ ଟେକିନେଲେ:

ଅଭିଯୋଗ ଅନୁସାରେ, ନାବାଳିକା ଜଣେ ମିଠା ଦୋକାନୀଙ୍କ ଝିଅ । ସୋର ଅଞ୍ଚଳରେ ତାଙ୍କର ଗୋଟିଏ ମିଠା ଦୋକାନ ଅଛି । ତାଙ୍କ ପରିବାର ଦୋକାନ ପାଖରେ ଭଡା ଘରେ ରୁହନ୍ତି । କାଲି ସନ୍ଧ୍ୟା ବେଳର ଘଟଣା... । ମାଆ ଦୋକାନରେ କାମ କରୁଥିବାବେଳେ ନାବାଳିକା ମିଠା ଆଣିବାକୁ ଯାଉଥିଲେ ଭଡାଘରକୁ । ହେଲେ ସେଠି ପୂର୍ବରୁ ନାବାଳିକାଙ୍କୁ ଛକି ବସିଥିଲେ ସ୍ଥାନୀୟ ଅଞ୍ଚଳର ଦୀପକ କୁମାର ବେହେରା ଓ କମଳାକାନ୍ତ ପଣ୍ଡା ।

ଏମିତି ଖସିଆସିଲେ ନାବାଳିକା:

ଦୁହେଁ ନାବାଳିକାଙ୍କୁ ଏକୁଟିଆ ପାଇବା ମାତ୍ରେ ଘର ସାମ୍ନାରୁ ବଳପୂର୍ବକ ବଣକୁ ଟେକି ନେଇଥିଲେ । ନାବାଳିକା ବିରୋଧ କରିବାରୁ ତାଙ୍କୁ ମାଡ଼ ମାରିବା ସହ ସମ୍ବେଦନଶୀଳ ଅଙ୍ଗକୁ ଆଘାତ କରିଥିଲେ । ପୀଡିତା ଜୀବନ ବିକଳରେ ଦୁଇଜଣଙ୍କୁ କାମୁଡି କୌଣସିମତେ ଖସି ପଳାଇ ଆସିଥିଲେ ଓ ଘର ଲୋକଙ୍କୁ ସବୁକଥା ଜଣାଇଥିଲେ ।

Advertisment

ଏନେଇ ପୀଡିତା ସୋର ଥାନାରେ ଅଭିଯୋଗ କରିଛନ୍ତି । ହେଲେ ଘଟଣାରେ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ବାସୁଦେବପୁରରୁ ସୂର୍ଯ୍ୟଦୟ ବିଶ୍ୱାଳଙ୍କ ରିପୋର୍ଟ, ଓଟିଭି

Balasore Odisha Rape Case Gang Rape Minor Rape Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ