Rape-Case Photograph: (OTV)
ସୋରରେ ବର୍ବରକାଣ୍ଡ ! ନାବାଳିକାଙ୍କୁ ବଣକୁ ଟେକିନେଇ ଗଣଦୁଷ୍କର୍ମ ଉଦ୍ୟମ । ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳରୁ ଆସିଛି ଏମିତି ଚାଞ୍ଚଲ୍ୟକର ଘଟଣା । ପୁଣି ଜଣେ ନାବାଳିକାକୁ ଯୌନ ନିର୍ଯାତନା । ଘରକୁ ଯିବା ବାଟରେ ଟେକିନେଲେ ଦୁଇ ଦୁର୍ବୃତ୍ତ । ବଣକୁ ନେଇ ଗଣଦୁଷ୍କର୍ମ କରିବାକୁ ଚେଷ୍ଟା କରିବା ସହ ବିରୋଧ କରିବାରୁ ସମ୍ବେଦନଶୀଳ ଅଙ୍ଗକୁ ମାଡ଼ ମାରିଲେ । ଦୁଇ ଜଣଙ୍କୁ କାମୁଡି କୌଣସିମତେ ନିଜ ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ପୀଡିତା ।
ଘର ପାଖରୁ ଟେକିନେଲେ:
ଅଭିଯୋଗ ଅନୁସାରେ, ନାବାଳିକା ଜଣେ ମିଠା ଦୋକାନୀଙ୍କ ଝିଅ । ସୋର ଅଞ୍ଚଳରେ ତାଙ୍କର ଗୋଟିଏ ମିଠା ଦୋକାନ ଅଛି । ତାଙ୍କ ପରିବାର ଦୋକାନ ପାଖରେ ଭଡା ଘରେ ରୁହନ୍ତି । କାଲି ସନ୍ଧ୍ୟା ବେଳର ଘଟଣା... । ମାଆ ଦୋକାନରେ କାମ କରୁଥିବାବେଳେ ନାବାଳିକା ମିଠା ଆଣିବାକୁ ଯାଉଥିଲେ ଭଡାଘରକୁ । ହେଲେ ସେଠି ପୂର୍ବରୁ ନାବାଳିକାଙ୍କୁ ଛକି ବସିଥିଲେ ସ୍ଥାନୀୟ ଅଞ୍ଚଳର ଦୀପକ କୁମାର ବେହେରା ଓ କମଳାକାନ୍ତ ପଣ୍ଡା ।
ଏମିତି ଖସିଆସିଲେ ନାବାଳିକା:
ଦୁହେଁ ନାବାଳିକାଙ୍କୁ ଏକୁଟିଆ ପାଇବା ମାତ୍ରେ ଘର ସାମ୍ନାରୁ ବଳପୂର୍ବକ ବଣକୁ ଟେକି ନେଇଥିଲେ । ନାବାଳିକା ବିରୋଧ କରିବାରୁ ତାଙ୍କୁ ମାଡ଼ ମାରିବା ସହ ସମ୍ବେଦନଶୀଳ ଅଙ୍ଗକୁ ଆଘାତ କରିଥିଲେ । ପୀଡିତା ଜୀବନ ବିକଳରେ ଦୁଇଜଣଙ୍କୁ କାମୁଡି କୌଣସିମତେ ଖସି ପଳାଇ ଆସିଥିଲେ ଓ ଘର ଲୋକଙ୍କୁ ସବୁକଥା ଜଣାଇଥିଲେ ।
ଏନେଇ ପୀଡିତା ସୋର ଥାନାରେ ଅଭିଯୋଗ କରିଛନ୍ତି । ହେଲେ ଘଟଣାରେ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।
ବାସୁଦେବପୁରରୁ ସୂର୍ଯ୍ୟଦୟ ବିଶ୍ୱାଳଙ୍କ ରିପୋର୍ଟ, ଓଟିଭି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/01/soro-minor-girl-rape-case-2026-02-01-14-59-16.jpg)