Advertisment

ପୁଣି ତାଜା ହେଲା କଟକର ଐତିହାସିକ ବାଲିଯାତ୍ରାକୁ ପ୍ରସଙ୍ଗ

ବାଲିଯାତ୍ରାକୁ ଜାତୀୟ ମାନ୍ୟତା ମିଳିବା ପ୍ରସଙ୍ଗରେ ଗୃହରେ ଆଲୋଚନା ବେଳେ ଏ ନେଇ ସ୍ୱତନ୍ତ୍ର ବିଶେଷଜ୍ଞ ଦଳ ଗଠନ କରାଯାଇଥିବା ମନ୍ତ୍ରୀ କହିଛନ୍ତି। ୟୁନେସ୍କୋର ଏକ ଟିମ୍‌ ଓଡ଼ିଶା ଆସୁଥିବା କହିଛନ୍ତି ମନ୍ତ୍ରୀ।

Advertisment

ପୁଣି ତାଜା ହେଲା କଟକର ଐତିହାସିକ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ପ୍ରସଙ୍ଗ। ଆଜି ବିଧାନସଭା ସଂସ୍କୃତି ମନ୍ତ୍ରୀଙ୍କ ଉତ୍ତରକୁ ନେଇ ବଢିଲା ଆଶା। ବାଲିଯାତ୍ରାକୁ ଜାତୀୟ ମାନ୍ୟତା ମିଳିବା ପ୍ରସଙ୍ଗରେ ଗୃହରେ ଆଲୋଚନା ବେଳେ ଏ ନେଇ ସ୍ୱତନ୍ତ୍ର ବିଶେଷଜ୍ଞ ଦଳ ଗଠନ କରାଯାଇଥିବା ମନ୍ତ୍ରୀ କହିଛନ୍ତି। ୟୁନେସ୍କୋର ଏକ ଟିମ୍‌ ଓଡ଼ିଶା ଆସୁଥିବା କହିଛନ୍ତି ମନ୍ତ୍ରୀ। ସେପଟେ ଗଲା କିଛି ବର୍ଷ ଧରି ବାଲିଯାତ୍ରାରେ ଷ୍ଟଲ ବଣ୍ଟନ ବେଳେ ହେଉଥିବା ଦୁର୍ନୀତି କଥା ମଧ୍ୟ ଗୃହରେ ଉଠିବା ସହ ଏହାର ସମାଧାନ ଦିଗରେ ବିସ୍ତୃତ ଆଲୋଚନା ହୋଇଛି।

Advertisment
Balijatra Cuttack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ