By: Deviprasad Jena
Last updated: 27 March 2025, 12:36 AM IST
ହୋମଗାର୍ଡ ନିଯୁକ୍ତିରେ ବି ମାତିଛନ୍ତି ଠକ ଟାଉଟର୍ ଓ ଦଲାଲ୍ । ମିଡିଲମ୍ୟାନ୍ ବା ମଧ୍ୟସ୍ଥ, ଦଲାଲ ଓ ଟାଉଟରଙ୍କ ପ୍ରତି ସାବଧାନ ରହିବାକୁ ସତର୍କ କଲା ଓଡ଼ିଶା ପୋଲିସ । ସୂଚନା ଅନୁସାରେ, ଜଗତସିଂହପୁର ଜିଲ୍ଲା ପାଇଁ ୯୯ଟି ହୋମଗାର୍ଡ ବା ଗୃହରକ୍ଷୀ ଭ୍ୟାକେନ୍ସି ବାହାରିଛି । ଏହି ପଦବୀ ପୂରଣ ଲାଗି ଜଗତସିଂହପୁର ପୋଲିସ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ, ଆବେଦନକାରୀଙ୍କୁ ବିଭାଗ ପକ୍ଷରୁ ଆଉ ଏକ ବିଜ୍ଞପ୍ତି ଜାରି କରି ସଚେତନ କରାଯାଇଛି । କୌଣସି ମିଡିଲ୍ ମ୍ୟାନ୍, ଟାଉଟର ଓ ଦଲାଲଙ୍କୁ ବିଶ୍ବାସ ନକରିବାକୁ ଏବଂ କୌଣସି ଦୁର୍ନୀତିକୁ ପ୍ରଶ୍ରୟ ନଦେବାକୁ ନୋଟିସରେ କୁହାଯାଇଛି । ସ୍ବଚ୍ଛତାର ସହ କେବଳ ମେରିଟ୍ ଆଧାରରେ ନିଯୁକ୍ତି ପ୍ରକ୍ରିୟାହେବ ବୋଲି ସ୍ପଷ୍ଟ କରାଯାଇଛି । ସୂଚନା ଯୋଗ୍ୟ ଯେ, ଗତକାଲି ଠାରୁ ହୋମଗାର୍ଡ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ, ଏପ୍ରିଲ ୧୩ ଯାଏଁ ଏହା ଜାରି ରହିବ ।