Advertisment

ରାତି ତମାମ ଚାଲିଲା ବିଧାନସଭା

ବିଧାନସଭା ଇତିହାସରେ ଆଉ ଏକ ରେକର୍ଡ । ଦୁଇ ଦଶନ୍ଦି ପରେ ରାତି ତମାମ ଚାଲିଥିଲା ବିଧାନସଭା । ୧୨ ଘଣ୍ଟାର ଘମାଘୋଟ ଆଲୋଚନା ପରେ ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍-୨୦୨୪ ପାରିତ ।

Advertisment

ବିଶ୍ବବିଦ୍ୟାଳୟ ସଂଶୋଧିତ ବିଲ-୨୦୨୪, ପାରିତ ନେଇ ବିରୋଧୀ ସହଯୋଗ କରିଥିବାରୁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଧନ୍ୟବାଦ ଦେଇଛନ୍ତି। ରାଜ୍ୟର ବିଶ୍ବବିଦ୍ୟାଳୟ ଗୁଡିକୁ ସୁଦୃଢ କରିବା ପାଇଁ ଏହି ବିଲର ସଂଶୋଧନ କରିବା ନିହାତି ଜରୁରୀ ଥିଲା। ବିଶ୍ବବିଦ୍ୟାଳୟ ଗୁଡିକରେ ସରକାରୀ ନିୟନ୍ତ୍ରଣ ନିର୍ଯ୍ୟାତନା ଦେଇ ଅସୁଥିଲା। ବିଶ୍ବବିଦ୍ୟାଳୟ ଗୁଡିକରେ ୧୩୦୭ ଟି ପୋଷ୍ଟ ଖାଲି ପଡିଛି। ଅବସରପ୍ରାପ୍ତ ଅଧ୍ୟାପକକୁ ନେଇ ବିଶ୍ବବିଦ୍ୟାଳୟ ଚାଲୁଛି। ତେଣୁ ନାକ ଗ୍ରେଡ ପାଇବାରୁ ବଞ୍ଚିତ ହେଉଛି ବିଶ୍ବବିଦ୍ୟାଳୟ । ତେଣୁ ୟୁଜିସି ଫଣ୍ଡ ମିଳିବାରେ ସମସ୍ୟା ହେଉଥିବା ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି। ଏଥିପାଇଁ ବିଜେଡି ସରକାରକୁ ବି ଦାୟୀ କରିଛନ୍ତି ସେ। ରାଜ୍ୟରେ ମାତ୍ର ୮ ଟି ବିଶ୍ବବିଦ୍ୟାଳୟ ନାକ ଗ୍ରେଡ ପାଇଛି। ଆହୁରି ୯ ଟି ବିଶ୍ବବିଦ୍ୟାଳୟ ନାକ ଗ୍ରେଡରୁ ବଞ୍ଚିତ ରହିଛି। ତେଣୁ ଆମେ ଏହି ବିଲ ଆଣିବାରେ ବ୍ୟସ୍ତ ଥିଲୁ ବୋଲି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି।

Advertisment
Odisha Odisha Assembly Suryabanshi Suraj
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ