Last updated: 18 July 2024, 10:17 PM IST
୩ଟି ସିନ୍ଦୁକ, ୪ଟି ଆଲମାରୀ । ସବୁଗୁଡ଼ିକୁ ଖଟଶେଯ ଘର ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ୍କୁ ସ୍ଥାନାନ୍ତର କଲେ । ଆଜି ଶ୍ରୀମନ୍ଦିରର ବହୁଚର୍ଚ୍ଚିତ ଭିତର ରତ୍ନଭଣ୍ଡାର ଖୋଲି ଦୀର୍ଘ ସାଢ଼େ ୭ଘଣ୍ଟା କାଳ ଅକ୍ଲାନ୍ତ ପରିଶ୍ରମ କରି ସେସବୁକୁ ଖଟଶେଯ ଘର ଅସ୍ଥାୟୀ ଷ୍ଟ୍ରଙ୍ଗରୁମରେ ସୁରକ୍ଷିତ ରଖିଛନ୍ତି ୧୧ ଜଣିଆ ଅଧିକୃତ ଟିମ୍। ସନ୍ଧ୍ୟା ୬ଟା ବେଳକୁ କାର୍ଯ୍ୟ ସାରି ଫେରିବା ପରେ ରତ୍ନଭଣ୍ଡାର ତଦାରଖ କମିଟି ମୁଖ୍ୟ ଜଷ୍ଟିସ୍ ବିଶ୍ୱନାଥ ରଥ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ- ଭିତର ରତ୍ନଭଣ୍ଡାର ଭିତରେ ୪ଟି ଆଲମାରୀ ଥିଲା। ଯାହା ମଧ୍ୟରୁ ୩ଟି କାଠ ଓ ଗୋଟିଏ ଷ୍ଟିଲ୍।