ଜୁଲାଇରେ ଯେତିକି ରହିବା କଥା ତାଠୁ ଅଧିକ ରହିଛି ପରିବା ଓ ଗ୍ରୋସରୀ ଦର । ଦରଦାମ କେମିତି ନିୟନ୍ତ୍ରଣକୁ ଆସିବ, ମାର୍କେଟ୍ ବୁଲି ସ୍ଥିତି ପରଖିବା ପରେ ଆଜି ରିଟେଲର ଏବଂ ହୋଲସେଲରଙ୍କ ସହ ବୈଠକ କରି କାରଣ ଖୋଜିଛନ୍ତି ମନ୍ତ୍ରୀ । ତେଣୁ ପ୍ରତି ଜିଲ୍ଲାରେ ପରିବା ମଣ୍ଡି କରିବା ସହ ଦୋକାନ ଆଗରେ ରେଟ୍ ଚାର୍ଟ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।