Last updated: 20 March 2025, 10:28 PM IST
କଥାରେ ଅଛି ଯିଏ ପଖାଳ ନ ଖାଇଛି, ସିଏ କି ଓଡ଼ିଆ । ଆଜିର ଡିଜିଟାଲ୍ ଯୁଗରେ ସେଇ ପଖାଳ ଏବେ ଗ୍ଲୋବାଲ୍ ହେଇଯାଇଛି । କାରଣ ବିଗତ କିଛି ବର୍ଷ ହେଲା ମାର୍ଚ୍ଚ ୨୦ ଆଜିର ତାରିଖକୁ ବିଶ୍ବପଖାଳ ଦିବସ ଭାବେ ପାଳନ କରାଯାଉଛି । ଆପଣ ବି ଆଜି ପଖାଳ ଖାଇଥିବେ ନିଶ୍ଚୟ । କଂସାଏ ଛୁଙ୍କମରା ପଖାଳକୁ ଆମିଷ ନିରାମିଷ- ବାର ରକମର ଭଜାର ମଜା ନେଇଛନ୍ତି ଲୋକେ ।