Gang-Rape Photograph: (OTV)
ଟ୍ୟୁସନରେ ନବମ ଛାତ୍ରୀଙ୍କୁ ଗଣଦୁଷ୍କର୍ମ । ସୈତାନ ପାଲଟିଲେ ସହପାଠୀ ।। ସୋସିଆଲ ମିଡିଆରେ ଘୂରିବୁଲିଛି ଦୁଷ୍କର୍ମର ଭିଡିଓ । ଏମିତି ଏକ ଜଘନ୍ୟ କାଣ୍ଡ ସାମ୍ନାକୁ ଆସିଛି ବଲାଙ୍ଗୀର ଜିଲ୍ଲାରୁ । ଜଣେ ନାବାଳିକା, ଯିଏକି ନବମ ଶ୍ରେଣୀରେ ପଢନ୍ତି ତାଙ୍କୁ ଟ୍ୟୁସନରୁ ଡାକି ନେଇ ଗଣଦୁଷ୍କର୍ମ କରାଯାଇଛି । ପୁଣି ଦୁଷ୍କର୍ମକାରୀ ଆଉ କେହି ନୁହଁନ୍ତି, ବରଂ ତାଙ୍କରି ୫ ଜଣ ସହପାଠୀ । ଯେଉଁମାନେ ତାଙ୍କ ସହ ଏକାଠି ପାଠ ପଢନ୍ତି ।
ସହପାଠୀ ବାହାରିଲେ ସୈତାନ:
ତୁରେକେଲା ଥାନା ଅଞ୍ଚଳରେ ଘଟିଛି ଏହି ଲଜ୍ଜା । ଯାହା ଜଣାପଡିଛି, ଘଟଣାଟି ଡିସେମ୍ବର ୨୫ ତାରିଖର । ସବୁଦିନ ଭଳି ସେଦିନ ନାବାଳିକା ଜଣକ ଟ୍ୟୁସନ ଯାଇଥିଲେ । ସନ୍ଧ୍ୟାରେ ଟ୍ୟୁସନ ସାରି ଚାଲିଯାଇଥିଲେ ଶିକ୍ଷକ । ଏତିକି ବେଳେ ଜଣେ ୨୨ ବର୍ଷର ଯୁବକ ଟ୍ୟୁସନ ଭିତରକୁ ପଶିଥିଲା ଓ ନାବାଳିକାଙ୍କୁ ପାଖରେ ଥିବା ଏକ ନିର୍ମାଣଧୀନ କୋଠା ଭିତରକୁ ଡାକି ନେଇଥିଲା । ସେଠି ଛକି ରହିଥିଲେ ନାବାଳିକାଙ୍କ ଆଉ ୫ ଜଣ ସହପାଠୀ । ସମ୍ପୃକ୍ତ ଯୁବକ ସହ ୫ ଜଣ ସହପାଠୀ ମିଶି ଜଣକ ପରେ ଜଣେ ଝିଅଟିକୁ ଗଣଦୁଷ୍କର୍ମ କରିଥିଲେ । ଏପରିକି ଦୁଷ୍କର୍ମ ବେଳର ଭିଡିଓ କରି ଭାଇରାଲ କରିଥିଲା ଅଭିଯୁକ୍ତ ଯୁବକ । ଯାହାକି ଏବେ ଏ ମୋବାଇଲରୁ ସେ ମୋବାଇଲକୁ ଘୁରି ବୁଲୁଛି ।
ସେତେବେଳେ ଘଟଣାଟି କୌଣସିମତେ ଚାପି ଦେଇଥିଲେ ଅଭିଯୁକ୍ତ। ହେଲେ ଏହି ଜଘନ୍ୟ କାଣ୍ଡର ଭିଡିଓ ଭାଇରାଲ ହେବା ପରେ ସାମ୍ନାକୁ ଆସିଥିଲା ଘଟଣା । ଏନେଇ ପୀଡିତା ଛାତ୍ରୀଙ୍କ ସମ୍ପର୍କୀୟ ବଲାଙ୍ଗୀର ପୋଲିସରେ ଅଭିଯୋଗ କରିଥିଲେ । ପୋଲିସ ଛାନଭିନରୁ ଜଣାପଡିଛି ଏ ପୂରା ଘଟଣାର ମାଷ୍ଟରମାଇଣ୍ଡ ଥିଲା ସେହି ସାବାଳକ ଜଣକ । ଅନ୍ୟ ୫ ଅଭିଯୁକ୍ତ ସହପାଠୀମାନେ ନାବାଳକ ଏବଂ ସମସ୍ତେ ହାଇସ୍କୁଲରେ ପଢନ୍ତି ।
ଦୁଷ୍କର୍ମ ଭିଡିଓ ଭାଇରାଲ:
ପୀଡିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ପରେ ବଲାଙ୍ଗୀର ଏସପି ନିଜେ ଘଟଣାର ତଦନ୍ତ କରିବା ସହ ଦୋଷୀମାନଙ୍କୁ ଅଟକ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି । ନାବାଳିକାଙ୍କ ଡାକ୍ତରୀ ମାଇନା କରାଯାଇଛି । ଟ୍ୟୁସନରେ ନାବାଳିକାଙ୍କୁ ଗଣଦୁଷ୍କର୍ମର ଏ ଘଟଣା ଏବେ ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ଖେଲାଇ ଦେଇଛି ।
ବଲାଙ୍ଗୀରରୁ ଘଟେଶ୍ୱର ମିଶ୍ର ଓ ମନରଞ୍ଜନ ଯୋଶୀଙ୍କ ରିପୋର୍ଟ, ଓଟିଭି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/04/bolangir-student-gang-rape-2026-02-04-14-38-54.jpg)