""
ଓଡିଶା Videos ଫୁଲୁଛି ନଦୀ ଛାନିଆ ଲୋକେ ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଫୁଲୁଛି ନଦୀ। ବାଲେଶ୍ବରର ରାଜଘାଟରେ ସତର୍କ ସଂକେତ ପାର କରିଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର । ରାଜଘାଟଠାରେ ସତର୍କ ସଂକେତ ୯.୪୫ ମିଟର ଥିବା ବେଳେ ଏବେ ସୁବର୍ଣ୍ଣରେଖା ୧୦.୪୮ ମିଟରରେ ପ୍ରବାହିତ ହେଉଛି। ଫଳରେ ସୁବର୍ଣ୍ଣରେଖା ନଦୀରେ ଚଳିତ ବର୍ଷ ଷଷ୍ଠ ଥର ବନ୍ୟା ଆଶଙ୍କା ଦେଖା ଦେଇଛି। ସେହିପରି ଭଦ୍ରକରେ ବିପଦ ସଂକେତ ଉପରେ ବୈତରଣୀ ନଦୀର ଜଳସ୍ତର। ଆଖୁଆପଦା ଠାରେ ବିପଦ ସଂକେତ ୧୭.୮୩ ମିଟର ଥିବା ବେଳେ ଏବେ ଜଳସ୍ତର ୧୮.୩୩ ମିଟର ରହିଛି । ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । 24 Aug 2025 15:39 ISTChinmayee Sahoo Follow UsFloodAdvertisment Read More Flood Control