Advertisment

ଅନ୍ଧାରରେ ପଥର ଶିଳ୍ପୀଙ୍କ ଭାଗ୍ୟ ଆଉ ଭବିଷ୍ୟତ

ଖୋଳିତାଡି ଖାଲ କରିଦେଲେଣି ଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀମନ୍ଦିର ପାଇଁ ଉଦ୍ଦିଷ୍ଟ ଖୋର୍ଦ୍ଧା ଭୋଗପୁରର ଖାଣ୍ଡେଲାଇଟ ପଥର ପାହାଡ। ରାଜ୍ୟର ମନ୍ଦିର ଗୁଡ଼ିକର ସୌନ୍ଦର୍ଯ୍ୟକରଣ ପାଇଁ ଏହିଠାରୁ ହିଁ ଯାଇଥାଏ ମୂଲ୍ୟବାନ ପଥର।

Advertisment

ଅନ୍ଧାରରେ ପଥର ଶିଳ୍ପୀଙ୍କ ଭାଗ୍ୟ ଆଉ ଭବିଷ୍ୟତ। ଆଗକୁ ହୁଏତ ଶୁଭିବନି ନିହାଣ ହାତୁଡିର ଠକ୍ ଠକ୍ ଶବ୍ଦ। ପଥରକୁ ଜୀବନ୍ତ ରୂପ ଦେଉଥିବା ଶିଳ୍ପୀ ଏବେ ଚିନ୍ତାରେ। ଆମେ କହୁଛୁ ଖୋର୍ଦ୍ଧା ଜିଲ୍ଲା ମଳିପଡା, ନରଣଗଡ, ହାଡପଦା ଏବଂ ଭୋଗପୁର ଅଞ୍ଚଳର ପଥର ଶିଳ୍ପୀଙ୍କ କଥା । ପୁରୁଷାନୁକ୍ରମେ ଏହି ଶିଳ୍ପୀ ମାନେ ନିକଟସ୍ଥ ଭୋଗପୁର ପାହାଡର ଖାଣ୍ଡେଲାଇଟ ପଥର ଉପରେ ନିର୍ଭର କରିଥାନ୍ତି। ସରକାର ଏହି ପାହାଡ ନିଲାମ ଦେବା ପରେ ଶିଳ୍ପୀମାନେ ପଥର କିଣି ମୂର୍ତ୍ତି ପ୍ରସ୍ତୁତ କରିଥାନ୍ତି। କେବଳ ଶିଳ୍ପୀଙ୍କ ପାଇଁ ନୁହେଁ ବରଂ ଏହି ପାହାଡ ଶ୍ରୀମନ୍ଦିରରେ ଆବଶ୍ୟକ ପଡୁଥିବା ପଥର ଚାହିଦା ମେଣ୍ଟାଇଥାଏ । ହେଲେ ୨୦୨୦ ମସିହାରେ ତତ୍କାଳୀନ ରାଜ୍ୟ ସରକାର ପାହାଡକୁ ଓଡିଶା ମାଇନିଂ କର୍ପୋରେସନ ହାତକୁ ଟେକି ଦେଇଛନ୍ତି । ଆଉ ସେବେଠୁ ପଥର ଖଣ୍ଡେ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପଥର ଶିଳ୍ପୀ।

Advertisment
Khordha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ