Advertisment

Farmers Queue for Hours for Fertiliser: ମିଳୁନି ସାର, କଲବଲ ଚାଷୀ; ମନ୍ତ୍ରୀ କହିଲେ ଅଭାବ ନାହିଁ...

ସାର ପାଇବା ପାଇଁ ଚାଷୀ କଲବଲ। ସେପଟେ ଯୋଗାଣ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ସାରର ଅଭାବ ନାହିଁ । କଳାବଜାରୀ ରୋକିବାକୁ ସରକାର ଆଲର୍ଟରେ ରହିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

ଅଦ୍ୟତନ ହୋଇଛି
Advertisment

ସାରକୁ ନେଇ ପୁଣି ତାତିଲେ ଚାଷୀ। ବରଗଡ ଘେଁସରେ 3ଟି ସାର ବୋଝେଇ ଟ୍ରକକୁ ଅଟକ ରଖିଲେ ଚାଷୀ। ପେକ୍ସରେ ସାର ମିଳୁନଥିବାବେଳେ ପ୍ରାଇଭେଟ୍ ଡିଲରଙ୍କ ପାଖକୁ କେମିତି ଏତେ ପରିମାଣର ସାର ଯାଉଛି ବୋଲି ଚାଷୀ ଅଭିଯୋଗ କରିଛନ୍ତି। ଏଥିପାଇଁ ଚାଷୀ ଚଢ଼ା ଦରରେ ସାର କିଣିବାକୁ ବାଧ୍ୟ ହେଉଛି ବୋଲି ସଙ୍ଗୀନ ଅଭିଯୋଗ ଆଣି ଅସନ୍ତୋଷ ପ୍ରକାଶ କରିଛନ୍ତି। ଘଟଣାସ୍ଥଳରେ ସ୍ଥାନୀୟ ତହସିଲଦାର ଓ ପୋଲିସ ପହଞ୍ଚି ଚାଷୀଙ୍କୁ ବୁଝାସୁଝା କରୁଛନ୍ତି । ତେବେ ବରଗଡ଼ ଜିଲ୍ଲାରେ ଏବେ ସାର ସଙ୍କଟ ଲାଗି ରହିଛି। ଚାଷୀ ବାରମ୍ବାର ଦାବି ଜଣାଇଲେ ମଧ୍ୟ ଆବଶ୍ୟକ ଅନୁଯାୟୀ ସେମାନଙ୍କୁ ମିଳିପାରିନାହିଁ ୟୁରିଆ ସାର। 

Advertisment

ଏପଟେ ୟୁରିଆ ସାର ପାଇବା ପାଇଁ ଚାଷୀ କଲବଲ। ସାର ପାଇବାକୁ ଲମ୍ବା ଲାଇନରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ରହୁଛନ୍ତି ଚାଷୀ। କେହି କେହି ରାତି ଅଧରୁ ଆସି ଲାଇନରେ ଠିଆ ହୋଇ ରହୁଛନ୍ତି । ସେପଟେ ଯୋଗାଣ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ସାରର ଅଭାବ ନାହିଁ । କଳାବଜାରୀ ରୋକିବାକୁ ସରକାର ଆଲର୍ଟରେ ରହିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

Fertilisers Supply To Odisha Fertiliser Shortage Farmers Farmer Protest
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ