ପୁରୀ ସ୍ୱର୍ଗଦ୍ୱାରରେ ଆବଶ୍ୟକ କି ବୈଦ୍ୟୁତିକ ଚୁଲା ? କାରଣ ସ୍ୱର୍ଗଦ୍ୱାରରେ ଏବେ ଗୋଟିଏ ପଟେ ଦୈନିକ ଶବଦାହ ସଂଖ୍ୟା ବଢୁଥିବା ବେଳେ ଅନ୍ୟପଟେ ଝାଉଁ କାଠର ଘୋର ଅଭାବ ଦେଖାଦେଇଛି । ଏପରିସ୍ଥଳେ ପରିବେଶବିତ୍ ଓ ସଚେତନ ନାଗରିକ ବୈଦ୍ୟୁତିକ ଚୁଲା ବ୍ୟବହାର ସପକ୍ଷରେ ମତ ଦେଇଛନ୍ତି । ଯାହାକୁ ପୁରୀ ଜିଲ୍ଲା ପ୍ରଶାସନ ମଧ୍ୟ ଗୁରୁତର ସହ ନେଇଥିବା ବେଳେ ଏ ନେଇ ବିଭିନ୍ନ ବର୍ଗର ମତାମତ ଲୋଡ଼ିଛି । ସ୍ୱର୍ଗଦ୍ୱାରରେ ଶବସଂସ୍କାର ପାଇଁ ଆବଶ୍ୟକ ଝାଉଁ କାଠର ଘୋର ଅଭାବ ଭିତରେ ପରିବେଶବିତ, ପୁରୀ ବାସିନ୍ଦା ଓ ଜିଲ୍ଲା ପ୍ରଶାସନ ପାଇଁ ସୃଷ୍ଟି ହୋଇଛି ଏକ ବଡ଼ ଆହ୍ୱାନ ।