Last updated: 25 May 2024, 12:29 PM IST
ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଓ ଗୁଳଗୁଳିରେ ଛଟପଟ ହେଉଛି ଓଡ଼ିଶା । ବାଲେଶ୍ୱରର ସୋର, ଖଇରା ଓ ସିମୁଳିଆ ଅଞ୍ଚଳରେ ଘନଘନ ବିଦ୍ୟୁତକାଟ କରାଯାଉଛି l ଯାହାଫଳରେ ଗରମରେ ସନ୍ତୁଳି ହେଉଛନ୍ତି ଏହି ଗରିବ ଲୋକମାନେ । ମଉସାଙ୍କ ପଛପଟେ ରହିଥିବା ତାଙ୍କ ଝାଟିମାଟର ଘରକୁ ଦେଖି ଆପଣ ବେଶ୍ ଚିନ୍ତା କରିପାରୁଥିବେ ୨୫ ବର୍ଷର ସରକାରଙ୍କ ବିକାଶ କେଉଁଠି ପହଞ୍ଚିଛି । ସରକାରଙ୍କ ମାଳମାଳ ଯୋଜନା ପରେ ପୁଣି ବିଜେଡିର ବିଜୁଳି ପ୍ରତିଶ୍ରୁତି ଯେମିତି ଏ ପ୍ରଚଣ୍ଡ ଗରମକୁ ଆହୁରି ବାମ୍ଫ ଯୋଗାଉଛି । ଲୋକଙ୍କ କହିବା ଅନୁସାରେ ବିଜୁଳି ଥିଲେ ସିନା ବିଲ୍ ଆସିବ, ବିଜୁଳି ନଥିଲେ କେମିତି ବିଲ୍ ଆସିବ । ଆଉ ସରକାର୍ ମାଗରା ବିବୁଳି ଦେବେ ।