Advertisment

ନଳା ପାଣିରେ ଭାସିଲା ସିଂହଦ୍ବାର

ପଚା ନଳା ପାଣିରେ ଭାସିଲା ଶ୍ରୀମନ୍ଦିର ସିଂହଦ୍ବାର। ନାକ ଟେକିଲେ ସେବାୟତ ଓ ଦିଅଁ ଦର୍ଶନ ପାଇଁ ଯାଉଥିବା ଭକ୍ତ।

Advertisment

ଅସନା ନଳା ପାଣିରେ ଭାସିଲା ସିଂହଦ୍ବାର । ସେଇ ଗନ୍ଧିଆ ପାଣିକୁ ପାଦରେ ମାଡ଼ି ଭକ୍ତ ଗଲେ ଶ୍ରୀମନ୍ଦିର । ଖୋଦ୍ ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ଆଗରେ ଆଜିର ଏ ସ୍ଥିତି ବ୍ୟଥିତ କରିଛି ଉଭୟ ଭକ୍ତ ଓ ସେବକଙ୍କୁ । ଶ୍ରୀମନ୍ଦିର ରୋଷଘର ପେଜ ନଳା ସହ ସଂଯୋଗ ହୋଇଥିବା ଡ୍ରେନ୍ ଚାମ୍ବରରୁ ସକାଳେ ଭୁଶ୍ ଭୁଶ୍ ହୋଇ ଉଛୁଳିଥିଲା ପଚା ପାଣି । ସ୍ଥିତି ଏଭଳି ହୋଇଥିଲା ଭକ୍ତଙ୍କ ପଦ ପ୍ରକ୍ଷାଳନ ସ୍ଥାନଠୁ ଧରି ଅରୁଣ ସ୍ତମ୍ଭ ଯାଏଁ ମାଡ଼ି ଯାଇଥିଲା ସେହି ଅପରିସ୍କାର ପେଜ ପାଣି ।

Advertisment
Srimandir Jagannath Temple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ