Advertisment

Bargarh Dhanu Yatra: ଗୋପପୁର କୃଷ୍ଣମୟ; ରାଧାଙ୍କ ସହ ଷୋହଳ ସହସ୍ର ଗୋପି ଆତ୍ମବିଭୋର

ବରଗଡ ଧନୁଯାତ୍ରାର ସପ୍ତମ ଦିବସରେ ଶ୍ରୀକୃଷ୍ଣ ରାଧାଙ୍କ ସହ ନାବକେଳୀ କରୁଥିବାବେଳେ ମଥୁରାରେ ମହାରାଜ କଂସ ଆୟୋଜନ କରିଥିଲେ ଛଳନାର ଧନୁଯାତ୍ରା। ଏଠାକୁ କୃଷ୍ଣ-ବଳରାମଙ୍କୁ ଧରି ଆସିବା ପାଇଁ ନନ୍ଦରାଜାଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ ଚିଟାଉ ନେଇ ଅକ୍ରୁରଙ୍କୁ ଗୋପପୁର ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Bargarh Dhanu Yatra

ଗୋପପୁର କୃଷ୍ଣମୟ; ରାଧାଙ୍କ ସହ ଷୋହଳ ସହସ୍ର ଗୋପି ଆତ୍ମବିଭୋର Photograph: (OTV)

Advertisment

ବରଗଡ ଧନୁଯାତ୍ରାର ସପ୍ତମ ଦିବସରେ ଶ୍ରୀକୃଷ୍ଣ ରାଧାଙ୍କ ସହ ନାବକେଳୀ କରୁଥିବାବେଳେ ମଥୁରାରେ ମହାରାଜ କଂସ ଆୟୋଜନ କରିଥିଲେ ଛଳନାର ଧନୁଯାତ୍ରା। ଏଠାକୁ କୃଷ୍ଣ-ବଳରାମଙ୍କୁ ଧରି ଆସିବା ପାଇଁ ନନ୍ଦରାଜାଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ ଚିଟାଉ ନେଇ ଅକ୍ରୁରଙ୍କୁ ଗୋପପୁର ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Advertisment

ସପ୍ତମ ଦିବସରେ ସାରା ଗୋପପୁର ହୋଇଉଠିଛି କୃଷ୍ଣମୟ। କୃଷ୍ଣପ୍ରେମରେ ରାଧାଙ୍କ ସହ ଷୋହଳ ସହସ୍ର ଗୋପି ହୋଇ ପଡିଛନ୍ତି ଆତ୍ମବିଭୋର। ନଟଖଟିଆ କାହ୍ନୁ ବି କମ ନୁହନ୍ତି। ଗୋଟିଏ ପରେ ଗୋଟିଏ ଲିଳା କରି ଚାଳିଛନ୍ତି। କେତେବେଳେ ଗୋପିଙ୍କ ଦଧିହାଣ୍ଡି ଭାଙ୍ଗୁଛନ୍ତି ତ ଆଉ କେତେବେଳେ ବସ୍ତ୍ରହରଣ କରୁଛନ୍ତି। ତେବେ ପ୍ରତିଦିନ ପରି ରାଧା ଗୋପୀମାନଙ୍କ ସହ ଯମୁନା ପାରିହୋଇ ଗୋପପୁରକୁ ଫେରୁଥିବା ବେଳେ ଭଗବାନ ଶ୍ରୀକୃଷ୍ଣ ବୃଦ୍ଧ ନାଉଁରୀ ବେଶରେ ଘାଟ ଜଗି ରାଧାଙ୍କ ସହ ନାବକେଳି ରଚାଇଛନ୍ତି। ଧନୁଯାତ୍ରାର ସପ୍ତମ ଦିନରେ ସ୍ଥାନୀୟ ମନାବନ୍ଧ ରେ ଏହି ଦୃଶ୍ୟ ଦେଖିବାକୁ ହଜାର ହଜାର ଦର୍ଶକଙ୍କ ଭିଡ ଲାଗିଥିବା ବେଳେ ସମସ୍ତେ ଆତ୍ମବିଭୋର ହୋଇପଡିଥିଲେ।

ସେପଟେ କୃଷ୍ଣ ବଳରାମଙ୍କୁ ମାରିବା ପାଇଁ ମହାରାଜ କଂସ କରି ଚାଳିଛନ୍ତି ଷଡଯନ୍ତ୍ର ପରେ ଷଡଯନ୍ତ୍ର। କଳେ ବଳେ କୌଶଳେ କିପରି କୃଷ୍ଣବଳରାମଙ୍କୁ ହତ୍ୟା କରିବେ ସେନେଇ ଦେବର୍ଷି ନାରଦଙ୍କ ପରାମର୍ଶ ମାଗିଛନ୍ତି। ତେବେ ଦେବର୍ଷି ନାରଦ ପ୍ରଥମେ କୃଷ୍ଣ ବଳରାମଙ୍କୁ ମାରିବା ପାଇଁ ଶଙ୍କଚୁଡ ନାଗକୁ ଗୋପପୁରକୁ ପ୍ରେରଣ ପାଇଁ ପରାମର୍ଶ ଦେଇଥିବାବେଳେ ପରେ ଛଳନାର ଯାତ୍ରା ଧନୁଯାତ୍ରାର ଆୟୋଜନ କରିବାକୁ ପରାମର୍ଶ ଦେଇଛନ୍ତି। ନାରଦଙ୍କ ପରାମର୍ଶ କ୍ରମେ ଏହି ଧନୁଯାତ୍ରା ଦେଖିବାକୁ କୃଷ୍ଣବଳରାମଙ୍କୁ ଧରି ଆସିବା ପାଇଁ ଅକ୍ରୁରଙ୍କ ହାତରେ ଏକ ଚିଟାଉ ଦେଇ ପଠାଇଛନ୍ତି ଗୋପପୁରକୁ। 

Advertisment

ବରଗଡ ଧନୁଯାତ୍ରାର ଅଷ୍ଟମ ଦିବସରେ ମହାରାଜ କଂସଙ୍କ ନଗର ଭ୍ରମଣ, କଂସଙ୍କ ଚିଟାଉ ନେଇ ଅକ୍ରୁରଙ୍କ ଗୋପପୁର ଗମନ ହେବ। ସେହିପରି  ଗୋପପୁରରେ ଅକ୍ରୁରଙ୍କ ପ୍ରବେଶ ଏବଂ ଯମୁନାବାଳିରେ କୃଷ୍ଣପାଦ ଦର୍ଶନ ସହ ଶଙ୍ଖଚୁଡ ବଧ ଦୃଶ୍ୟ ଅନୁଷ୍ଠିତ ହେବ। 

Bargarh Festival Dhanuyatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ