Advertisment

Diarrhoea Outbreak: ଭୁବନେଶ୍ବରରେ ବ୍ୟାପୁଛି ଝାଡ଼ାବାନ୍ତି

ରାଜଧାନୀରେ ବ୍ୟାପୁଛି ଝାଡାବାନ୍ତି। ଜଣେ କି ଦୁଇ ଜଣ ନୁହେଁ ଆକ୍ରାନ୍ତ ହେଲେଣି ୧୫୦ରୁ ଅଧିକ ଲୋକ।

Advertisment

ସ୍ମାର୍ଟ ସିଟି ଭୁବନେଶ୍ୱରରେ ଝାଡ଼ାବାନ୍ତି ଆତଙ୍କ। ନୀଳାଦ୍ରି ବିହାର ସ୍ଥିତ ୧୩ ନମ୍ବର ୱାର୍ଡରେ ଥିବା ନୀଳମାଧବ ନିବାସରେ ବ୍ୟାପିଛି ଝାଡାବନ୍ତି । ତିନି ଦିନରେ ଆକ୍ରାନ୍ତ ହେଲେଣି ୧୫୦ରୁ ଅଧିକ। ଦୂଷିତ ପାଣି ପିଇ ଡାଇରିଆ ବ୍ୟାପୁଥିବା ଆଶଙ୍କା କରାଯାଉଛି । ସ୍ବାସ୍ଥ୍ୟ ବିଭାଗର ଟିମ୍ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଓଆରଏସ୍ ସହ ଔଷଧ ପ୍ରଦାନ କରୁଛନ୍ତି । ଏପଟେ ପାଣି ସମ୍ପରୁ ଦୂଷିତ ପାଣି ପିଇ ଏପରି ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି । କାହିଁକି ନା ସମ୍ପ ଭିତରୁ କାଦୁଅ, ସିମେଣ୍ଟ, ଅଖା, କାଠ ବାହାରୁଥିବା ଲୋକେ ଅଭିଯୋଗ କରିଛନ୍ତି। ଲୋକଙ୍କ ସ୍ୱାସ୍ଥ୍ୟ ସହ କି ପ୍ରକାରର ଖେଳ ଚାଲିଛି ତାକୁ ନେଇ ଉଠିଛି ପ୍ରଶ୍ନ।

Advertisment
Bhubaneswar Diarrhea
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ