Last updated: 28 October 2024, 10:23 PM IST
ଦିନେ ଘିରି ଘିରି ହୋଇ ଚକ ବୁଲୁଥିଲା ...ଏମିତି ଚକ ଘୁରିଲେ ଦି’ମୁଠା ଦାନା ମିଳୁଥିଲା...ପେଟ ବି ପୁରୁଥିଲା...ଏବେ କିନ୍ତୁ ପେଟର ସେହି ଭୋକ ସତେ ଯେମିତି ବତୁରିଯାଇ ବାତ୍ୟା ପରବର୍ତ୍ତୀ ବର୍ଷା ପାଣିରେ ମିଳେଇ ଯାଇଛି । ଯେଉଁ କୁମ୍ଭାର ପରିବାରଟିଏ ଦୀପାବଳି ଆସିଲେ ଦି’ପଇସା ରୋଜଗାର ଆଶା ରଖୁଥିଲା, ଆଶା ଏବେ ଧୋଇଯାଇଛି । ୨ ଦିନ ପରେ ଆଲୋକର ପର୍ବ । ହେଲେ ନା ଦୀପ ଶୁଖୁଛି, ନା ଭାଟି ଜଳୁଛି । ଭାଟିର ଏହି ଦରପୋଡ଼ା କାଠ ଭଳି ସତେ ଯେମିତି ଏହି କୁମ୍ଭାରପୁଅର ଭାଗ୍ୟ ବି ଅଙ୍ଗାର ପାଲଟିଯାଇଛି । ଏ ହେଲେ ପୁରୁଣା ବାଲେଶ୍ୱର କୁମ୍ଭାରସାହିର କାର୍ତ୍ତିକ ଦାସ । ଜଳନ୍ତା ଭାଟିରେ ନିଷ୍ଠୁର ବର୍ଷା ପାଣି ପଶି ବରବାଦ କରିଦେଇଛି ଦାନାପାଣିର ଉତ୍ସକୁ ।