Advertisment

ଦୁର୍ନୀତିଗ୍ରସ୍ତ ବାବୁଙ୍କୁ ମୋହନ ସରକାରଙ୍କ ପୁଣି ନାଲି ଆଖି

ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ସରକାରଙ୍କ ନାଲି ଆଖି । ସଚ୍ଚୋଟ ପଣିଆର ଅଭାବ ପରିଲକ୍ଷିତ ହେଲା ମାତ୍ରେ ବାଜିବ ଆକ୍ସନ ଛାଟ । ଅପାରଗତା ଦେଖିବା ମାତ୍ରେ ଅବସର ଆଗରୁ ହୋଇଯିବେ ବିଦା ।

Advertisment

ଦୁର୍ନୀତିଖୋର ସରକାରୀ ବାବୁଙ୍କୁ ପୁଣି ରାଜ୍ୟ ସରକାରଙ୍କ ୱାର୍ଣ୍ଣିଂ । ସଚ୍ଚୋଟ ପଣିଆ ନଥିଲେ କି ଅପାରଗତା ଦେଖିଲେ ତୁରନ୍ତ ଚାକିରିରୁ ବିଦା କର। ସବୁ ବିଭାଗକୁ ଏ ନେଇ ଗତକାଲି ଚିଠି ଲେଖି ନିୟମ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଯାହାକୁ ନେଇ ପଲିଟିକାଲ୍ ବୟାନବାଜି ବି ତେଜିଛି । କଂଗ୍ରେସ ସସପେଣ୍ଡ ବଦଳରେ ଟର୍ମିନେଟ୍ ପ୍ରସ୍ତାବ ଦେଇଥିବାବେଳେ ବିଜେଡି କହିଛି, ଏହା କେବଳ ଲୋକଦେଖାଣିଆ। ଜବାବରେ ବିଜେପି କହିଛି- ବିଜେଡି ଶାସନବେଳେ ଦୁର୍ନୀତିଖୋର ଗାଦି ମାଡ଼ି ବସିଥିଲେ, ତାଙ୍କୁ ମୋହନ ସରକାର ତଡ଼ିବା ଆରମ୍ଭ କରିଛନ୍ତି ।

Advertisment
Odisha Mohan Majhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ