Controversial Jaya Hotel Reopens in Puri\'s Sakhigopal After High Court Order
ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସିଲ୍ ହୋଇଥିବା ବିବାଦୀୟ ଜୟା ହୋଟେଲ୍ ଶନିବାର ଖୋଲିଛି । ଭଲ ମଟନ ପାଇଁ ସାରା ଓଡ଼ିଶାରେ ବେଶ୍ ଚର୍ଚ୍ଚାରେ ଥିଲା ସାକ୍ଷୀଗୋପାଳ କଲେଜ ଛକରେ ଥିବା ଜୟା ଢାବା ବା ଜୟା ହୋଟେଲ୍। ପୂର୍ବରୁ ଏକ ଭିଡ଼ିଓ ଭାଇରାଲ୍ ହୋଇଥିଲା ଯେଉଁଥିରେ ଜୟା ହୋଟେଲ୍ ସହିତ ପୁରୀ ଜଣେ ମଟନ୍ ବ୍ୟବସାୟୀ ଖାସୀ ମାଂସରେ ଗୋମାଂସ ଦେଉଥିବା ଘଟଣା ସାମ୍ନାକୁ ଆସିଥିଲା। ଏହି ଖବର ପ୍ରଚାର ହେବା ସେଠାରେ ଖାଇଥିବା ଗ୍ରାହକ ମାନେ ନିଜକୁ ପ୍ରାୟଶ୍ଚିତ ପାଇଁ ଲଣ୍ଡା ହୋଇଥିବା ଦେଖିବାକୁ ମିଳିଥିଲା। ଅନ୍ୟପଟେ ହୋଟେଲ୍ ସିଲ୍ ହେବାରୁ ହାଇକୋର୍ଟର ଦ୍ୱାରସ୍ତ ହୋଇଥିଲେ ହୋଟେଲ୍ ମାଲିକ। ଆବେଦନକାରୀ ଜୟା ହୋଟେଲ ମାଲିକ ପ୍ରଦୀପ କୁମାର ବାରିକ୍ଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଏସ୍. କେ. ପାଣିଗ୍ରାହୀ ଏହି ନିର୍ଦ୍ଦେଶ ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us