Last updated: 05 September 2024, 11:06 PM IST
ସୁଭଦ୍ରା ଯୋଜନା ଆବେଦନର କୌଣସି ସମୟସୀମା ନାହିଁ । ୧୭ ତାରିଖ ପରେ ଫର୍ମ ଦାଖଲ କଲେ ବି ମିଳିବ ପ୍ରଥମ କିସ୍ତି । ଜିଲ୍ଲା ପ୍ରଶାସନ ଏବଂ ଖୋଦ୍ ଉପମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଏନେଇ ବାରମ୍ବାର ସ୍ପଷ୍ଟ କରାଯିବା ସତ୍ତ୍ୱେ କମୁନି ଭିଡ। ଅଯଥାରେ ଅଧୈର୍ଯ୍ୟ ହୋଇ ଡାକଘର ଓ ଜନସେବା କେନ୍ଦ୍ର ଆଗରେ ଭିଡ଼ ଲଗାଉଛନ୍ତି ଆଶାୟୀ। ସୁଭଦ୍ରା ଫର୍ମ ଦାଖଲ ପୂର୍ବରୁ ଆଧାର ସଂଶୋଧନ ପାଇଁ ଅଧିକାଂଶ ସ୍ଥାନରେ ଠେଲାପେଲା, ଟଣାଓଟରା ସ୍ଥିତି। ଲମ୍ବା ଲାଇନ୍ ଡାକ ଘର ଡେଇଁ ରାସ୍ତା ଉପରକୁ ଚାଲିଆସୁଛି। କିଛି ସ୍ଥାନରେ ତ ଅନିଦ୍ରା ରହି ଅପେକ୍ଷା କରୁଛନ୍ତି ପୁରା ପରିବାର। ଲାଇନ୍ର ଆଗରେ ରହିବାକୁ ସତେ ଯେମିତି ଚାଲୁଛି ପ୍ରତିଯୋଗିତା।