Advertisment

Ajay Nayak Passes Away: ତୁମେ ଠକିଦେଇ ଚାଲିଗଲ ଅଜୟ ଭାଇ

କିଏ ଜାଣିଥିଲା ଏହା ହେବ ହାସ୍ୟ ଅଭିନେତା ଅଜୟ ନାୟକଙ୍କ ଶେଷ ଏପିସୋଡ। ଗୋଟିଏ ପଟେ ତାଙ୍କ ଅଭିନିତ କମେଡି ଟିଭିରେ ବାଜୁଥିଲା, ଆଉ ଗୋଟେ ପଟେ ହଠାତ୍ ଆସିଲା ତାଙ୍କ ହାର୍ଟ ଆଟାକ୍ ଖବର।

Advertisment

ଓଡିଶାର ସବୁଠାରୁ ଲୋକପ୍ରିୟ ପଲିଟିକାଲ୍ ସାଟାୟାର୍ ସୋ ଦି ଗ୍ରେଟ ଓଡିଶା ପଲିଟିକାଲ ସର୍କସର ଜଣାଶୁଣା ହାସ୍ୟ ଅଭିନେତା ଅଜୟ ନାୟକ ହଠାତ ଏମିତି ସଂସାର ଛାଡି ଚାଲିଯିବେ ବୋଲି କେହି କେବେ କଳ୍ପନା ବି କରି ନଥିବେ। ତିନି ଦିନ ତଳେ ଅଜୟ ତାଙ୍କର ଶେଷ ସୁଟିଂ କରିଥିଲେ ଓଟିଭି ଷ୍ଟୁଡିଓରେ। ତାଙ୍କୁ ମନେ ପକାଇ କାନ୍ଦୁଛନ୍ତି ପ୍ରୋଗ୍ରାମର ଆଙ୍କର ଶୋଭନା। ସେ ଜାଣି ନଥିଲେ ଶେଷଥର ପାଇଁ ଶୋଭନା ଅଜୟଙ୍କୁ ଡାକିଥିଲେ ମଞ୍ଚକୁ ସୋ କରିବା ପାଇଁ। ସୁଟିଂ ସମୟରେ ଶୋଭନା ଶେଷ ଫଟୋ ବି ଉଠାଇଥିଲେ ଅଜୟଙ୍କ ସହ। ଆଉ ଆଜି ସେ ସବୁ ଦିନ ପାଇଁ ସମସ୍ତଙ୍କୁ ଛାଡି ଚାଲିଯିବାକୁ ଶୋଭନା ଗ୍ରହଣ କରିପାରିନାହାନ୍ତି।

Advertisment
Odia Comedian Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ