Advertisment

CM Hears Public Grievances: ଭୁବନେଶ୍ବର ବଦଳରେ ସମ୍ବଲପୁରରେ ହେଲା ଜନ ଅଭିଯୋଗ ଶୁଣାଣି

ମୁଖ୍ୟମନ୍ତ୍ରୀ କହିଛନ୍ତି, 'ସମ୍ବେଦନଶୀଳ ସରକାର ଭୁବନେଶ୍ବରରୁ ସମ୍ବଲପୁର ଆସିଛନ୍ତି । ଏଯାଏଁ ସରକାର ଶୁଣିଥିବା ସମସ୍ୟାର ୮୮ ପ୍ରତିଶତ ସମାଧାନ ହୋଇସାରିଛି ।' ଭୁବନେଶ୍ବର ବାହାରେ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି ସଭା ହୋଇଥିବାରୁ ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ଭରପୁର ଉତ୍ସାହ ।

Advertisment

ରାଜଧାନୀ ବାହାରେ ମୋହନ ସରକାରଙ୍କ ଅଭିଯୋଗ ଶୁଣାଣିକୁ ନେଇ ଲୋକଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି । ହଜାର ହଜାର ଲୋକଙ୍କ ସମସ୍ୟା ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସକାଳୁ ସକାଳୁ ସମ୍ବଲପୁର ମହାନଗର ନିଗମ ଅଫିସରେ ଲାଗିଥିଲା ଲୋକଙ୍କ ଭିଡ଼ । ଭରସାର ସହିତ ଅଭିଯୋଗ ପତ୍ର ଧରି ମୋହନ ସରକାରଙ୍କ ପାଖକୁ ଛୁଟିଆସିଥିଲେ ଜନସାଧାରଣ ।

Advertisment
Sambalpur CMO Mohan Majhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ