Advertisment

ଇ-ରେଜିଷ୍ଟ୍ରେସନ ଆପ୍ ଲଞ୍ଚ କଲେ ମୁଖ୍ୟମନ୍ତ୍ରୀ

ଘରେ ବସି ନିଜ ମୋବାଇଲରେ ଜମି କିଣାବିକା ପାଇଁ ବୁକ୍ କରିପାରିବେ ସ୍ଲଟ୍। ବାହାର କରିପାରିବେ EC, ଚେକ୍ କରି ପାରିବେ ବେଞ୍ଚ୍ ମାର୍କ ଭାଲ୍ୟୁ। ଏଥିପାଇଁ ସବ୍ ରେଜିଷ୍ଟ୍ରାର ଅଫିସ୍ କୁ ଧାଇଁବା ଦରକାର ନାହିଁ। ଏସବୁ ସେବା ପାଇଁ ମୁଖ୍ୟମନ୍ତ୍ରୀ ଲଞ୍ଚ୍ କରିଛନ୍ତି ଏକ ଇ-ରେଜିଷ୍ଟ୍ରେସନ ଆପ୍ ।

Advertisment

ଏଣିକି ଆଉ ଜମି କିଣାବିକା ପାଇଁ ବି ବାରମ୍ବାର ସବ୍ ରେଜିଷ୍ଟ୍ରାର ଅଫିସ୍ ଦୌଡ଼ିବା ଦରକାର ନାହିଁ । ଦଲାଲ ହାବୁଡ଼ରେ ପଡିବେନି କି ଲାଞ୍ଚ ଦେବାକୁ ପଡ଼ିବନି । ଦଲାଲ ଆଉ ଦୁର୍ନୀତି ମୁକ୍ତ ହେବ ସବ୍ ରେଜିଷ୍ଟ୍ରାର ଅଫିସ୍ । ପେପର ଲେସ୍ ଆଉ କ୍ୟାସ୍ ଲେସ୍ ହେବ ସରକାରୀ ପ୍ରକ୍ରିୟା। ଘରେ ବସି ମୋବାଇଲରେ ହେଇଯିବ ଏସବୁ କାମ । ରାଜସ୍ବ ସେବା ପାଇଁ ଆସିଲା ଇ-ରେଜିଷ୍ଟ୍ରେସନ ଆପ୍ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏହି ଆପକୁ ଲଞ୍ଚ କରିଛନ୍ତି । ଏଣିକି ଗୋଟିଏ ମୋବାଇଲ ଆପରେ ମିଳିବ ଏକାଧିକ ରାଜସ୍ବ ସେବା ।

Advertisment
Odisha Suresh Pujari Revenue Minister
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ