Advertisment

ଚିଲିକାର ଲାଇଫ୍ ଲାଇନ୍ ଭସାପୋଲକୁ ବିପଦ

ଚିଲିକା ମଝିରେ କାହିଁକି ବାରମ୍ବାର ଯାନ୍ତ୍ରିକ ତ୍ରୁଟିର ଶୀକାର ହେଉଛି ଯନ୍ତ୍ର ଚାଳିତ ଡଙ୍ଗା। ଶହ ଶହ ଯାତ୍ରୀଙ୍କୁ ନେଇ ମଝି ଚିଲିକାରେ ଭସାପୋଲ ଓ ଡଙ୍ଗା ଅଟକି ଯିବା ପଛର କାରଣ କଣ।

Advertisment

ଚିଲିକାର ଲାଇଫ୍ ଲାଇନ୍ ଭସାପୋଲକୁ ବିପଦ ମତ୍ସ୍ୟଜୀବୀଙ୍କ ଜାଲ। ମଝି ନଈରେ ଭ୍ୟାସେଲ୍ ଓ ଯନ୍ତ୍ରଚାଳିତ ଡଙ୍ଗାକୁ ଅକଳରେ ପକାଇ ଦେଉଛି ମାଛ, କଙ୍କଡ଼ା ଧରିବାକୁ ବିଛା ଯାଉଥିବା ଜାଲ। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଞ୍ଚଳବାସୀଙ୍କ ଜିଲ୍ଲା ସଦର ମହକୁମାକୁ ଯିବାକୁ ହେଲେ, ଏ ହେଉଛି ଦୈନନ୍ଦିନ ଯାତାୟର ଏକମାତ୍ର ମାଧ୍ୟମ ଡଙ୍ଗା। କେତେବେଳେ ଦେଶୀଡଙ୍ଗା ତ ଆଉ କେତେବେଳେ ଭରସା ଏଇ ଭସାପୋଲ। ହେଲେ ଅନେକ ସମୟରେ ମଝି ଚିଲିକାରେ ଫସି ଯାଉଛନ୍ତି ଶହ ଶହ ଯାତ୍ରୀଙ୍କୁ ବିପଦ ଶଙ୍କୁଳ ଅବସ୍ଥାରେ ନେଇ ଯାଉଥିବା ଡଙ୍ଗା ଓ ଭସାପୋଲ। ସ୍ଥାନୀୟ ଅଂଚଳବାସୀ ତଥା ଦୈନିକ ନୌଯାତ୍ରା କରୁଥିବା ଯାତ୍ରୀଙ୍କ କହିବା କଥା, ଚିଲିକାରେ ଭସାପୋଲ ଓ ଡଙ୍ଗା ଚାଲିବା ପାଇଁ ସିଡିଏ ପକ୍ଷରୁ ନିର୍ମାଣ ହୋଇଛି ସ୍ବତନ୍ତ୍ର ଚ୍ୟାନେଲ୍। ହେଲେ ସ୍ଥାନୀୟ ମତ୍ସ୍ୟଜୀବୀ ମାଛ ଓ କଙ୍କଡ଼ା ଧରିବାକୁ ଏହି ଚ୍ୟାନେଲରେ ଜାଲ ବିଛାଇ ଦେଉଥିବାରୁ ତାହା ହିଁ ଅନେକ ସମୟରେ ବିପଦକୁ ଡାକି ଆଣୁଛି।

Advertisment
Chilika
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ