Advertisment

Video: ରାଜଧାନୀକୁ ଗ୍ରାସିଲା ଶିଶୁବିକ୍ରି କଳଙ୍କ

ରାଜଧାନୀରେ ହଇଚଇ ! ୪୦ ହଜାର ଟଙ୍କାରେ ପିଲା ବିକ୍ରି ! ୪ ବର୍ଷର ଅବୋଧ କନ୍ୟାଶିଶୁକୁ ଅନ୍ୟ ହାତରେ ଟେକିଦେଲେ ବାପା ଓ ସାବତ ମାଆ । ସଭ୍ୟ ସମାଜକୁ ଲଜ୍ଜିତ କଲା ଭଳି ଏ ଘଟଣା ଘଟିଛି ଖୋଦ୍ ଭୁବନେଶ୍ବର ବଡଗଡ଼ ଥାନା ଅଞ୍ଚଳରେ ।

Advertisment

ଶିଶୁ ଅଧିକାର ସୁରକ୍ଷା ନେଇ ବଡ଼ ପ୍ରଶ୍ନ । ସଙ୍କଟରେ ନବଜାତଙ୍କ ନିରାପତ୍ତା ପ୍ରସଙ୍ଗ । ରାଜଧାନୀର ଛାତି ଉପରେ ମାତ୍ର ୪୦ ହଜାର ଟଙ୍କାରେ ଶିଶୁ ବିକ୍ରି ହେବା ଘଟଣା ଏବଂ ଗତକାଲି ବୁର୍ଲା ଭିମସାର ମେଡିକାଲରୁ ନବଜାତ ଶିଶୁ ଚୋରି ଘଟଣା ସଭ୍ୟ ସମାଜକୁ ବିଚଳିତ କରିଛି । ଅବଶ୍ୟ ରାଜଧାନୀ ଶିଶୁ ବିକ୍ରି ଘଟଣାରେ ପୋଲିସ ସବୁ ଅଭିଯୁକ୍ତଙ୍କୁ ଗିରଫ କରିଛି । ତେବେ ବୁର୍ଲା ମେଡିକାଲରୁ ଶିଶୁ ଚୋରି ଘଟଣାରେ ଏଯାଏଁ ଅଭିଯୁକ୍ତର ଟେର୍ ପାଇନି ପୋଲିସ ।

Advertisment
Bhubaneswar Child Trafficking
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ