Astrospeak
  • Live TV
  • Read In English

RI, ARI, ଅମିନ ପରୀକ୍ଷା ପାଇଁ ବିବାଦୀୟ ହୋଇପଡ଼ିଥିବା OSSSC ପାଇଁ ଏବେ ନୂଆ ଚାଲେଞ୍ଜ । ଗ୍ରେଡ୍-ସି ପଦବି ଲାଗି ୩ ହଜାର ପଦବୀ ପାଇଁ ପ୍ରିଲିମ୍‌ରେ ପାସ୍ କରିଛନ୍ତି ପ୍ରାୟ ୩ ଲକ୍ଷ ପିଲା । ହେଲେ ପରୀକ୍ଷାର ସ୍ବଚ୍ଛତା ନେଇ ବିବାଦ ଘରରେ ଥିବା OSSSC କେମିତି ଏତେ ସଂଖ୍ୟକ ପିଲାଙ୍କ ପାଇଁ ମେନ୍ ପରୀକ୍ଷା କରିବ ତାକୁ ନେଇ ଉଠିଛି ପ୍ରଶ୍ନ ।

ପ୍ରିଲିମ୍ ପରୀକ୍ଷାରେ ବିବାଦ ପରେ ମେନ୍ ପାଇଁ ସମସ୍ତେ ଯୋଗ୍ୟ । ମାତ୍ର ୯ ଜଣଙ୍କୁ ଛାଡ଼ି ପ୍ରାୟ ୩ ଲକ୍ଷ ପିଲା ଦେବେ ମୁଖ୍ୟ ପରୀକ୍ଷା । RI, ARI, ଅମିନ, ICDS ସୁପରଭାଇଜର ଏବଂ SFS ପ୍ରିଲିମ୍ ରେ ସ୍ବଚ୍ଛତାକୁ ନେଇ ବାରମ୍ବାର ଆନ୍ଦୋଳନ ପରେ ଶେଷରେ ଗତ ୨୨ ତାରିଖରେ ପ୍ରକାଶ ପାଇଥିଲା ରେଜଲ୍ଟ । ପ୍ରାୟ ସମସ୍ତ ଆବେଦନକାରୀ ମୁଖ୍ୟ ପରୀକ୍ଷା ପାଇଁ ଉତ୍ତୀର୍ଣ୍ଣ ହୋଇଛନ୍ତି । ହେଲେ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ ବା OSSSCର ଏଭଳି ଫଳକୁ ନେଇ ସେତେଟା ଖୁସି ନାହାନ୍ତି ଅନେକ ପରୀକ୍ଷାର୍ଥୀ ।