Advertisment

Video: IAS ବିଷ୍ଣୁପଦ ସେଠୀ କେଉଁଠି ?

ବିଷ୍ଣୁପଦଙ୍କ ପାଇଁ ବଢିଲା ଅଡୁଆ । ଆସନ୍ତାକାଲି ଦିନ ୧୨ଟା ଯାଏଁ ଡେଡଲାଇନ୍। ତା ପୂର୍ବରୁ ବିଷ୍ଣୁପଦ ସେଠୀଙ୍କୁ ହାଜର ପାଇଁ ସିବିଆଇର କଡ଼ା ନିର୍ଦ୍ଦେଶ। ଏଣେ ବ୍ରିଜ୍‌ ଆଣ୍ଡ ରୁଫ୍ ଜିଏମଙ୍କୁ ବି ସିବିଆଇର ମାରାଥନ ଜେରା ।

Advertisment

ବିଷ୍ଣୁପଦ ସେଠୀ ଏବେ କେଉଁଠି ? ସମନ ପରଠୁ ନା CBIରେ ହାଜର ହୋଇଛନ୍ତି ନା ଗଣମାଧ୍ୟମ ଆଗରେ ମୁହଁ ଖୋଲୁଛନ୍ତି । ଏହାରି ଭିତରେ ଓଟିଭିକୁ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଆସନ୍ତାକାଲି ଦିନ ୧୨ଟା ଭିତରେ ବିଷ୍ଣୁପଦଙ୍କୁ ଭୁବନେଶ୍ୱରସ୍ଥିତ CBI ଅଫିସରେରେ ହାଜର ପାଇଁ କୁହାଯାଇଛି । ଯଦିଓ ସେ ଦିଲ୍ଲୀରେ ହାଜର ହେବାକୁ ଚିଠି ଲେଖି ଜଣାଇଥିଲେ । ପୂରା ମାମଲାକୁ ନେଇ ବିଜେଡି ରାଜ୍ୟ ସରକାରକୁ ଟାର୍ଗେଟ୍ କରିଥିବା ବେଳେ ଆଇନ ମନ୍ତ୍ରୀ କହିଛନ୍ତି, ଯିଏ ବି ଦୋଷୀ ହୁଅନ୍ତୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Advertisment
CBI Bishnupada Sethi IAS Officer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ