Advertisment

ସ୍କୁଟିରେ ପେଟ୍ରୋଲ ଭରିବା ପରେ ହଠାତ ଟଳିପଡ଼ିଲେ !

କାଳ ବିଳମ୍ବ ନକରି ତାଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ଟେକି ନେଇ ଆରମ୍ଭ କରିଥିଲେ ଛାତିରେ ପମ୍ପିଂ ବା କାର୍ଡିଓ ପଲମୋନାରୀ ରେସୁସିଟେସନ ବା CPR ଚିକିତ୍ସା।

Advertisment

ସମୟ ସକାଳ ପ୍ରାୟ ୮ଟା। ସ୍ଥାନ ଭୁବନେଶ୍ୱର ଚନ୍ଦ୍ରଶେଖରପୁର। ପ୍ରାୟ ୫୦ ବର୍ଷୀୟ ଜଣେ ବ୍ୟକ୍ତି  ସ୍ଥାନୀୟ ପେଟ୍ରୋଲ ପମ୍ପରେ ନିଜ ସ୍କୁଟିରେ ପେଟ୍ରୋଲ ଭରିବା ପରେ ଗାଡ଼ି ଷ୍ଟାର୍ଟ କରିବା ବେଳେ ହଠାତ ତଳେ ପଡ଼ିଯାଇଥିଲେ। ପେଟ୍ରୋଲ ପମ୍ପର କର୍ମଚାରୀମାନେ ତାଙ୍କୁ ସାଷ୍ଟାଙ୍ଗ କରି ଉଠାଇବା ଭିତରେ ଘଟଣାସ୍ଥଳରେ ପହଞ୍ଚିଥିଲେ ଓଟିଭିର ସିନିୟର ରିପୋର୍ଟର ନିରଞ୍ଜନ ରେଡ୍ଡୀ। ସଂପୃକ୍ତ ବ୍ୟକ୍ତିଙ୍କ ଅବସ୍ଥା ଦେଖିବା ପରେ, ସେ ହୃଦଘାତର ଶିକାର ହୋଇଥିବା ଅନୁମାନ କରିଥିଲେ ନିରଞ୍ଜନ। ଆଉ କାଳ ବିଳମ୍ବ ନକରି ତାଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ଟେକି ନେଇ ଆରମ୍ଭ କରିଥିଲେ ଛାତିରେ ପମ୍ପିଂ ବା କାର୍ଡିଓ ପଲମୋନାରୀ ରେସୁସିଟେସନ ବା CPR ଚିକିତ୍ସା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ