drinking water crisis
ଗାଁ ମୁଣ୍ଡରେ ଚକାଚକ୍ ଗେଟ୍ । ନୂଆ ପାଣି ଟାଙ୍କି ବି ବସିଛି । ତାସାଙ୍ଗକୁ କାନ୍ଥରେ ବସୁଧା ଯୋଜନାର ଡିଣ୍ଡିମ ପିଟା ବିଜ୍ଞାପନ ହେଲେ ଗାଁ ଭିତରେ ନାହିଁ ପାନୀୟ ଜଳ ଯୋଗାଣ । ଷ୍ଟାଣ୍ଡ ପୋଷ୍ଟ କଳଙ୍କି ଲାଗି ଗଲାଣି । ଜଳଯୋଗାଣ କେନ୍ଦ୍ରକୁ ସଂଯୋଗ ହୋଇଥିବା ବିଦ୍ୟୁତ୍ ଟ୍ରାନସଫର୍ମରରେ ଗଛଲତା ମାଡ଼ି ଗଲାଣି । ଖରା ଆରମ୍ଭରୁ ଶୁଖିଲା ପୋଖରୀରେ ଛୋଟ ଛୋଟ ଚୁଆ ଖୋଳି ମହିଳାମାନେ ଦିନ ତମାମ ପାଣି ସଂଗ୍ରହ କରୁଛନ୍ତି ।ଗାଁରେ ଯେଉଁ ଗୋଟିଏ ନଳକୂଅ ଅଛି, ସେଠି ରାତି ଅଧରୁ ଗରା ମାଠିଆ ଧାଡ଼ିରେ ରଖି ମହିଳାଙ୍କର ଲାଗୁଛି ଲମ୍ବା ଲାଇନ୍। ତେଣୁ ଗଂଜାମ ଜିଲ୍ଲା ଗାୟାଗଣ୍ଡା ଗାଁରେ ବସୁଧା ଯୋଜନାରେ ୧୦ଲକ୍ଷ ଟଙ୍କାରେ ନିର୍ମିତ ଜଳ ଯୋଗାଣ ପ୍ରକଳ୍ପ ପୁରା ଫେଲ୍ ମାରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us