Advertisment

ଆମ ଭାଗ୍ୟରେ ଝିଅ ନଥିଲା, ରାଜନୀତି ନହେଉ

ଦିଲ୍ଲୀ AIIMSରେ ବଳଙ୍ଗା ପୀଡିତାଙ୍କ ମୃତଦେହ ପରିବାରକୁ ହସ୍ତାନ୍ତର କରିଛନ୍ତି ମେଡିକାଲ କର୍ତ୍ତୃପକ୍ଷ। ଆଜି ଘରକୁ ଆସିପାରେ ପୀଡ଼ିତାଙ୍କ ମୃତଦେହ। ଓଡିଶା ଆଣିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଏପଟେ ପୀଡିତାଙ୍କ ଗାଁରେ ଶେଷକୃତ୍ୟ ପାଇଁ ଗାଁରେ ଚାଲିଛି ପ୍ରସ୍ତୁତି। ସେପଟେ ସକାଳେ ବଳଙ୍ଗା ପୀଡ଼ିତାଙ୍କ ପରିବାର ଭାବବିହ୍ବଳ ନିବେଦନ କରି କହିଥିଲେ, ଆମେ କାହାକୁ ଦୋଷ ଦେବାକୁ ଚାହୁଁନୁ, ଝିଅ ଆମ ଭାଗ୍ୟରେ ନଥିଲା। ଝିଅର ମୃତ୍ୟୁ ପରେ ଆମେ ବହୁତ ଡିପ୍ରେସନରେ ଅଛୁ, ତେଣୁ ରାଜନୀତି କରାନଯାଉ। ସେପଟେ ପୀଡିତାଙ୍କ ମୃତ୍ୟୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ । ବିଜେଡି କହିଛି, ରାଜ୍ୟରେ କୌଣସି ମହିଳା ସୁରକ୍ଷିତ ନାହାନ୍ତି। ସେହିପରି ଏକ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ କହିଛି, ଯଦି ୭ ଦିନ ଭିତରେ ଦୁର୍ବୃତ୍ତଙ୍କ ପର୍ଦ୍ଦାଫାଶ ନକରାଯାଏ, ତେବେ ଡିଜିପି ଅଫିସ ଘେରାଉ କରାଯିବ।

author-image
Tapan Kumar Swain