Advertisment

ବାବୁ ସିଂ କଲେ ଠେଙ୍ଗା ପୂଜା, ରାଣୀ ପ୍ରିୟଦର୍ଶିନୀ ବଜେଇଲେ ଡମ୍ବରୁ

ବାବୁ ସିଂଙ୍କ ଠେଙ୍ଗେଣି, ରାଣୀ ପ୍ରିୟଦର୍ଶିନୀଙ୍କ ଡମ୍ବରୁ। ଏବେ ଦେଖିବା କଥା କାହାର କେତେ ଦମ୍। ଆଜି ଦୟା ନଦୀରେ ଗୋଟାପଣେ ବୁଡ ପକାଇ ଡମ୍ବରୁ ବଜାଇ ବଜାଇ ସିଧା ଖଣ୍ଡଗିରିରେ ପହଞ୍ଚି ବାବାମାନଙ୍କ ପାଖରେ ଅଧିଆ ପଡିଲେ ରାଣୀ।

Advertisment

ବାବୁ ସିଂ କଲେ ଠେଙ୍ଗା ପୂଜା, ରାଣୀ ପ୍ରିୟଦର୍ଶିନୀ ବଜେଇଲେ ଡମ୍ବରୁ । ଏପଟେ ଠେଙ୍ଗାମାଡ ସେପଟେ ଡମ୍ବରୁ ନାଦ। ଏବେ ଦେଖିବାକୁ ହେବ କାହାର ତାକତ୍ କେତେ। ଠେଙ୍ଗା ମାଡରେ ରାଣୀଙ୍କ ଡମ୍ବରୁ ଫାଟୁଛି ନା ଡମ୍ବରୁ ଶବ୍ଦରେ ଅଘୋଷିତ ଠେଙ୍ଗାବାହିନୀ ଛତ୍ର ଭଙ୍ଗ ଦେଉଛି । ଶାଳୀନତାରେ ହେଉ କି ଅଶାଳିନତା, ନିଜକୁ ଚର୍ଚ୍ଚାରେ ରଖିବା ପାଇଁ ଓଡିଶାର କିଛି ତଥାକଥିତ ଆତ୍ମଘୋଷିତ ଆଇଟମ୍ ଡାନ୍ସର ନୃତ୍ୟ ନାଁରେ ଅଙ୍ଗ ପ୍ରଦର୍ଶନ କରୁଥିବା ନେଇ ବାରାମ୍ବର ଅଭିଯୋଗ ହେଉଛି। ଆଉ ଏବେ ଖଣ୍ଡଗିରି ମେଳା ଆରମ୍ଭ ହୋଇ ଯାଇଥିବା ବେଳେ ଏଠି ଅଷଡ଼ ନୃତ୍ୟ, ଅର୍ଦ୍ଧନଗ୍ନ ନୃତ୍ୟ ଉପରେ ଠେଙ୍ଗେଣି ପାହାର ବସିବ ବୋଲି ପରୋକ୍ଷରେ ସୂଚେଇ ଦେଇଥିଲେ ବିଜେପି ବିଧାୟକ ବାବୁ ସିଂ।

Advertisment
Bhubaneswar Khandagiri Mela
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ