Advertisment

Shree Jagannath Temple: ଆନନ୍ଦବଜାରରେ ଭିଡ଼ କମାଇବାକୁ ବିକଳ୍ପ ଯୋଜନା

ଶ୍ରୀମନ୍ଦିର ଆନନ୍ଦ ବଜାରର ଭିଡ଼ ନିୟନ୍ତ୍ରଣ ପାଇଁ ଉତ୍ତର ଦ୍ବାର ବାହାରେ ଅନ୍ନଛତ୍ର କରାଯିବାକୁ ଯୋଜନା। ଆଜି ଏହି ସୂଚନା ଦେଇଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅଧପନ୍ତରିଆ କାର୍ଯ୍ୟକୁ ଦ୍ବିତୀୟ ଥର ପାଇଁ ଅନୁଧ୍ୟାନ କରିବା ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସ୍ଥାନାନ୍ତର ଓ ଅଭ୍ୟର୍ଥନା କକ୍ଷ ପ୍ରତିଷ୍ଠା ନେଇ ପ୍ରସ୍ତାବ ଥିବା ମଧ୍ୟ କହିଛନ୍ତି ।

Advertisment

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅଧପନ୍ତରିଆ କାର୍ଯ୍ୟକୁ ଅନୁଧ୍ୟାନ ପରେ, ଆଗକୁ ଏଭଳି କିଛି ଯୋଜନା ଥିବା କହିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ଆଜି ସକାଳୁ ସକାଳୁ ଗଜପତି ମହାରାଜାଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଓବିସିସିର ବରିଷ୍ଠ ଅଧିକାରୀ ଓ ସଂସ୍କୃତି ଉପଦେଷ୍ଟା କମିଟି ସଦସ୍ୟମାନେ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଛନ୍ତି। ଅରୁଣସ୍ତମ୍ଭ,ଛାଉଣୀମଠ, ବଡ଼ଛତା ମଠ, ରାମଦୟା ପରିଷଦ ଲଙ୍ଗୁଳି ମଠ, ବଡ଼ ଆଖଡ଼ା ମଠ ଆଦି ବୁଲିବା ସହ ମଠମାନଙ୍କର ଉନ୍ନତୀକରଣ କାର୍ଯ୍ୟ ଏବେବି ଅଧା ପଡ଼ିଥିବାରୁ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ସମସ୍ତେ ଏମାର ମଠ ଓ ସନ୍ନିକଟ ସ୍ଥାନର ଉନ୍ନତୀକରଣ ପାଇଁ ମଧ୍ୟ ଗୁରୁତ୍ବ ଦେଇଛନ୍ତି । ଏହି ଅବସରରେ ଗଜପତି ମହାରାଜା କହିଛନ୍ତି- ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ବଢ଼ି ଚାଲିଥିବାରୁ ଆନନ୍ଦବଜାରରେ ସମସ୍ତଙ୍କ ପାଇଁ ପ୍ରସାଦ ସେବନ ସୁବିଧା ହୋଇପାରୁନାହିଁ । ତେଣୁ ଉତ୍ତରଦ୍ବାର ବାହାରେ ଅନ୍ନଛତ୍ର ପ୍ରତିଷ୍ଠା ପାଇଁ ଯୋଜନା ରହିଛି । ଏଥିସହ ନରେନ୍ଦ୍ର ମହଲା ସ୍ଥାନରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଓ ବର୍ତ୍ତମାନର
କାର୍ଯ୍ୟାଳୟ ଜାଗାରେ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କକ୍ଷ କରାଯିବାକୁ ଯୋଜନା ରହିଛି। ଏମାର ମଠରେ ରଘୁନନ୍ଦନ ଲାଇବ୍ରେରୀ ଓ ସାଂସ୍କୃତିକ କେନ୍ଦ୍ର ବା ଇଣ୍ଟର ପ୍ରିଟେସନସେଣ୍ଟର ନିର୍ମାଣ ହେବ । ତେବେ ଆନନ୍ଦ ବଜାର ବ୍ୟତୀତ ଅନ୍ୟ ସ୍ଥାନରେ ମହାପ୍ରସାଦ ସେବନ ବ୍ୟବସ୍ଥାକୁ ନେଇ ସେବକ ମହଲରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

Advertisment
Odisha Shree Jagannath Temple Management Committee Shree Jagannath Temple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ