Modaks Theft
Advertisment
ଯାହାକୁ ସେବନ କରି ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ ସୁସ୍ଥ ହେବା କଥା, ତାକୁ ବି ଚୋରି। ଅର୍ଥାତ୍ ଶ୍ରୀମନ୍ଦିରରେ ଅନବସରରେ ଥିବା ଠାକୁରଙ୍କ ପାଇଁ ରାଜବୈଦ୍ୟଙ୍କ ଘରୁ ଆସିଥିବା ୩୧୩ ଦଶମୂଳ ମୋଦକରୁ ୭୦ଟି ଗାଏବ ଥିବା ନେଇ ଖୋଦ୍ ଭଳଭଦ୍ରଙ୍କ ବାଡ଼ଗ୍ରାହୀ ଅଭିଯୋଗ ଆଣିଛନ୍ତି। ତେଣେ ମୋଦକ ଚୋରି ଅଭିଯୋଗ ସତ ବୋଲି କହିଛନ୍ତି ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ। ଏନେଇ ଘଣ୍ଟାଚକଟା ଭିତରେ ମୋଦକ ଚୋରି ହୋଇନଥିବା କହିଛନ୍ତି ଆଇନମନ୍ତ୍ରୀ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ତଥାପି ଅଭିଯୋଗର ଯାଞ୍ଚ ଚାଲିଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us