ହଟିବ ମହାପ୍ରଭୁଙ୍କ ଦର୍ଶନ କଟକଣା । ଭିଡ଼ କମିବ, ଦୂର ହେବ ଯନ୍ତ୍ରଣା। ଚାରି ଦ୍ୱାରରେ ପ୍ରବେଶ କରି ରତ୍ନସିଂହାସନରେ ଶ୍ରୀଜିଉଙ୍କ ମନଖୋଲା ଦର୍ଶନ କରିବେ ଶ୍ରଦ୍ଧାଳୁ । ଆସନ୍ତାକାଲି ରାଜ୍ୟରେ ବିଜେପି ସରକାରର ଶପଥ ଗ୍ରହଣ ରହିଥିବା ବେଳେ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା ନେଇ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା । ଶ୍ରୀମନ୍ଦିର ଯାଇ ସ୍ଥିତି ପରଖିଛନ୍ତି ବରିଷ୍ଠ ପୋଲିସ ଅଧିକାରୀ। ଏପଟେ ବଡଦାଣ୍ଡରୁ ହଟିଛି ଏସି ଟନେଲ ବ୍ୟାରିକେଡ୍। ପ୍ରଶାସନ କହିଛି, ଚାରି ଦ୍ବାର ଖୋଲିଲେ ଆଉ ଏହାର ଦରକାର ପଡ଼ିବନି ।